ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ମୁହଁ ତୋଡ ଜବାବ ଦେଉଛି ଭାରତୀୟ ସେନା, ୫ ଦିନରେ ୪ ନିପାତ

ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ମୁହଁ ତୋଡ ଜବାବ ଦେଉଛି ଭାରତୀୟ ସେନା, ୫ ଦିନରେ ୪ ନିପାତ

ଉରୀ ସେକ୍ଟରରେ ଆଜିପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କାବୁ କରିଛି ଭାରତୀୟ ସେନା। ଅନୁପ୍ରବେଶ କରୁଥିବା ବେଳେ ଜଣେ ଆତଙ୍କବାଦୀକୁ ଗୁଳିକରି ହତ୍ୟା କରିଛନ୍ତି ଭାରତୀୟ ସେନା । ଏହା ସହିତ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବାର ଜଣା ପଡ଼ିଛି ।ସୂଚନାଯୋଗ୍ୟ, ଉରୀ ସେକ୍ଟରରେ ଗତ କିଛି ଦିନ ହେଲା ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସେଠା​‌ରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଇ ଦିଆଯାଇଥିଲା । ଉରୀ ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀମାନେ ଲଗାତାର ଭାବେ ଅନୁପ୍ରବେଶକରୁଥିବାରୁ ସର୍ଚ୍ଚ ଅପରେସନ ଜୋରଦାର କରିଛି ଭାରତୀୟ ସେନା । ଉରୀ ସେକ୍ଟରରେ ଗତ ୫ ଦିନ ମଧ୍ୟରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ଭାରତୀୟ ଯବାନ । ସେନା କହିବା ମୁତାବକ, ଗତ ସେପ୍ଟେମ୍ବର ୧୮ ତାରିଖରୁ ହିଁ ଲଗାତାର ଭାବେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଗତ ସେପ୍ଟେମ୍ବର ୨୩ ତାରିଖରେ ୩ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ନିପତ କରିଥିବା ବେଳେ ଅନ୍ୟ ୨ ଜଣ ଆତଙ୍କବାଦୀ ଖସିପଳାଇବାକୁ ସକ୍ଷମ ହୋଇଛନ୍ତି । ଆଜି ମଧ୍ୟ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଜଣେ ଆତଙ୍କବାଦୀ ଭୟରେ ଆତ୍ମସମର୍ପଣ କରିଛି ।