ରାଜସ୍ଥାନ ନାଗୋରରେ ଭୟଙ୍କର ଦୁର୍ଘଟଣା: ଚାଲିଗଲା ୧୧ ଜୀବନ, ୭ ଆହତ

ରାଜସ୍ଥାନ ନାଗୋରରେ ଭୟଙ୍କର ଦୁର୍ଘଟଣା: ଚାଲିଗଲା ୧୧ ଜୀବନ, ୭ ଆହତ
ରାଜସ୍ଥାନ ନାଗୋରରେ ଭୟଙ୍କର ଦୁର୍ଘଟଣା: ଚାଲିଗଲା ୧୧ ଜୀବନ, ୭ ଆହତ

ରାଜସ୍ଥାନ ୩୧/୦୮: ରାଜସ୍ଥାନ ନାଗୋରରେ ଭୟଙ୍କର ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହେବା ସହ ୭ ଜଣ ଆହତ ହୋଇଛନ୍ତି । ବାଲାଜୀ ପୋଲିସ ଷ୍ଟେସନର SHO କହିବା ମୁତାବକ, ମଙ୍ଗଳବାର ସକାଳେ ନାଗୋରରେ ଦ୍ରୁତଗାମୀ କ୍ରୁଜ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଛି ।

ଏହାସହ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ବିକାନେରର ନୋହାସ୍ଥିତ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟମାସ୍ଥଲରେ ପୋଲିସ ପହଞ୍ଚି ଅଧିକ ଛାନଭିନ କରୁଛି ।