ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ

ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ
ଆଜି ବିଜେପି ପକ୍ଷରୁ ବଲାଙ୍ଗୀର ବନ୍ଦ ପାଳନ

ବଲାଙ୍ଗୀର ୨୧।୧୦: ଆଜି ବଲାଙ୍ଗୀର ବନ୍ଦ । ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବଲାଙ୍ଗୀର ବିଜେପି। ସନସାଇନ କଲେଜ ଅଧକ୍ଷା ମମିତା ମେହେରଙ୍କୁ କଲେଜ ସଭାପତି ଗୋବିନ୍ଦ ସାହୁ ହତ୍ୟା କରି ପୋଡି କି ପୋତିଦେବା କଥା ସ୍ପଷ୍ଟ ହେବା ପରେ ଏବେ ଜୋର ଧରିଛି ପ୍ରିତବାଦ । ଗୋବିନ୍ଦଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି।

 

ତେବେ ସକାଳୁ ସକାଳୁ ବଲାଙ୍ଗିରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବସ ଚଳାଚଳ ଠପ ହୋଇଛି ,ପେଟ୍ରୋଲ ପମ୍ପ , ପୋଷ୍ଟଅଫିସ ସବୁ ବନ୍ଦ ରହିଛି। ସେପଟେ ସକାଳ ୭ ଟାରୁ ପିକେଟିଂ ଆରମ୍ଭ କରାଯିବା ସହ ଵିଭିନ୍ନ ସ୍ଥାନରେ ବୁଲି ବନ୍ଦ କରିବେ ବୋଲି ସୂଚନା ଦେଇଛି ଜିଲ୍ଲା ବିଜେପି। ତେବେ ଏ ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି। ଗୋବିନ୍ଦ କେବଳ ନା ଆଉ କିଏ ହତ୍ୟା କାଣ୍ଡରେ ସାମିଲ ଅଛନ୍ତି। ଏହା ପଛରେ କିଛି ବଡ଼ବଡ଼ିଆଙ୍କ ହାତ ରହିଛି କି ? ଏଭଳି ଗୁଡାଏ ପ୍ରଶ୍ନ ର ଉତ୍ତର ଖୋଜି ବାହାର କରିବା ପାଇଁ ଦାବି କରାଯିବା ସହ ବନ୍ଦ ଡାକରା ଦେଇଛି ବିଜେପି।