ରାଜ୍ୟରେ ଆଉ ୧୫ ଜୀବନ ନେଲା କରୋନା

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପାର କରିଛି । ଗତ ୨୪ ଘଣ୍ଟା ଭିତରେ ମହାମାରୀ ନେଇଛି ଆଉ ୧୫ ଜଣଙ୍କର ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ମୃତ୍ୟୁସଂଖ୍ୟା ୧୦୦୬କୁ ବୃଦ୍ଧି ପାଇଛି ।
Regret to inform of the demise of fifteen Covid positive patients while under treatment in hospitals.
— H & FW Dept Odisha (@HFWOdisha) October 10, 2020
1.A 44 year old male of Balasore district.
2.A 36 year old male of Bolangir district who was also suffering from Diabetes, Hypertension & obesity.
ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ୨ ଜଣ । ସେହିପରି କଟକ ଜିଲ୍ଲାରୁ କରୋନାରେ ଆଖି ବୁଜିଛନ୍ତି ଆଉ ୨ ଜଣ ସଂକ୍ରମିତ ।
ବଲାଙ୍ଗିର, ବାଲେଶ୍ୱର, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
Comments (0)