ରାଜ୍ୟରେ କରୋନାରେ ଗଲା ଆଉ ୧୬ ଜୀବନ

ରାଜ୍ୟରେ କରୋନାରେ ଗଲା ଆଉ ୧୬ ଜୀବନ

ଆଜି ରାଜ୍ୟରେ ୩୧୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Regret to inform the demise of sixteen #COVID19 positive patients while under treatment in hospitals.

1. A 50-year old male of Balasore district who was also suffering from Diabetes.

— H & FW Dept Odisha (@HFWOdisha) October 8, 2020

ତେବେ ଆଜି ବାଲେଶ୍ୱର ଓ ଖୋର୍ଦ୍ଧାରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କଳାହାଣ୍ଡି, ମୟୂରଭଞ୍ଜ ଓ ନୟାଗଡରୁ ୨ ଜଣ ଲେଖାଏଁ, ସୁନ୍ଦରଗଡ ଓ ଝାରସୁଗୁଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।