ଆଜି କରୋନା ନେଲା ୧୬ ଜୀବନ

ଆଜି କରୋନା ନେଲା ୧୬ ଜୀବନ

ରାଜ୍ୟରେ କରୋନାରେ ଆଉ ୧୬ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୬୮ ରେ ପହଞ୍ଚି ଯାଇଛି।

Regret to inform the demise of sixteen #COVID19 positive patients while under treatment in hospitals.

1.A 40-year old male of Jharsuguda district who was also suffering from Hypertension, Diabetes & Pneumonia.

— H & FW Dept Odisha (@HFWOdisha) October 20, 2020

ଆଜି ମୟୂରଭଞ୍ଜରୁ ସର୍ବାଧିକ ୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି କଳାହାଣ୍ଡିରୁ ୩, ଭୁବନେଶ୍ୱର ଓ ନୂଆପଡାରୁ ୨ ଜଣ ଆକ୍ରାନ୍ତ ଆଖି ବୁଜିଛନ୍ତି। ଝାରସୁଗୁଡା, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ, ଭଦ୍ରକରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି।