ଆଖି ବୁଜିଲେ ଆଉ ୧୬ କରୋନା ରୋଗୀ

ଆଖି ବୁଜିଲେ ଆଉ ୧୬ କରୋନା ରୋଗୀ

ରାଜ୍ୟରେ ମାଡି ଚାଲିଛି ମହାମାରୀ କରୋନା । ଜଣଙ୍କ ପରେ ଜଣଙ୍କ ଜୀବନ ନେଉଛି ପ୍ରାଣଘାତି ଭାଇରସ । ରାଜ୍ୟରେ ୨୪ ଘଂଟାରେ ପୁଣି ୧୬ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୨୨ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

Regret to inform of the demise of sixteen Covid positive patients while under treatment in hospitals.

1.A 42 year old female of Balasore district who was also suffering from Hypothyroidism.https://t.co/fDfaVZm3UK 84 year old male of Balasore district.

— H & FW Dept Odisha (@HFWOdisha) October 11, 2020

ଆଜି ପ୍ରାଣ ହରାଇଥିବା କରୋନ ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି । ସେହିପରି ବାଲେଶ୍ୱରରୁ ୪, ଢେଙ୍କାନାଳରୁ ୨, ଗଜପତି, ପୁରୀ, କୋରାପୁଟ, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।