ଆଜି ରାଜ୍ୟରେ କରୋନା ନେଲା ୧୭ ଜୀବନ

ଆଜି ରାଜ୍ୟରେ କରୋନା ନେଲା ୧୭ ଜୀବନ

ରାଜ୍ୟରେ କରୋନାରେ ଆଉ  ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୫୭ରେ ପହଞ୍ଚି ଯାଇଛି।

ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ସେହିପରି ଭୁବନେଶ୍ୱରରୁ କରୋନାରେ ଆଉ ୩ଜଣଙ୍କର ମୃତ୍ୟୁ ହୋଇଛି । ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ଜୀବନ ଯାଇଛି ।