୧୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

୧୭ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ ଚଢ଼ଉ । ଏକ ସ୍ୱତନ୍ତ୍ର ଟିମ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ, ଗତକାଲି ରାତିରେ ନୂଆଗୁଡା ପଞ୍ଚାୟତ ଆର.ଏସ.ସି – ୧୦, ପୁରୁଣାପାଣି ଓ ରଥଗୁଡ଼ା ଅଞ୍ଚଳରେ ନାଇଟ ପାଟ୍ରୋଲିଂ କରୁଥିବା ବେଳେ ରଥଗୁଡ଼ା ଗ୍ରାମ ଠାରୁ ୭୦୦ ମିଟର ଦୂରରେ କିଛି ଵ୍ୟକ୍ତି ଏକାଠି ହୋଇ ଠିଆ ହୋଇଥିବାର ଦେଖିଥିଲେ । ପୋଲିସ ତାଙ୍କର ପିଛା କରିଥିଲେl

ପୋଲିସ ଗାଡିକୁ ଦେଖି ସେମାନେ ଜଙ୍ଗଲ ଭିତରକୁ ଦୌଡିବାକୁ ଲାଗିଥିଲେ । ପୋଲିସ ପିଛା କରି ୧୦ ଜଣଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୭୬ ଜରି ବସ୍ତା ଭର୍ତ୍ତି ଗଞ୍ଜେଇ ଜବତ କରିଛି। ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଚିତ୍ରକୋଣ୍ଡା ଥାନା କେଶ ନମ୍ବର ୫୯/୨୦୨୨ରେ କୋର୍ଟ ଚାଲାଣ କରାଯାଇଛି l ସମୁଦାୟ ୭୬ ଟି ବସ୍ତାରେ ୧୭ କୁଇଣ୍ଟାଲ ୧୫ କେଜି ଆଠଶହ ଗ୍ରାମ ଗଞ୍ଜେଇ ଥିବାର ଜଣାପଡ଼ିଛି l ଉକ୍ତ ଗଞ୍ଜେଇ ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହୋଇଥାନ୍ତା l