ରାଜ୍ୟରେ ସର୍ବାଧିକ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ସର୍ବାଧିକ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ଦିନକୁ ଦିନ ଗଡୁଛି ମୁଣ୍ଡ । ୨୪ ଘଂଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୧୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୫୮ରେ ପହଂଚିଛି ।

Regret to inform the demise of eighteen #COVID19 positive patients while under treatment in hospitals.

1.A 72-year old male of Balasore district who was also suffering from Hypertension.

2.A 94-year old female of Balasore district

— H & FW Dept Odisha (@HFWOdisha) October 7, 2020

ଆଜି ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୪ଜଣ କରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ନୟାଗଡରୁ ୨ଜଣ, ପୁରୀରୁ ୨ଜଣ, ସୁନ୍ଦରଗଡରୁ ୨ଜଣ, ସମ୍ବଲପୁର, ମୟୂରଭଂଜ, କୋରାପୁଟ, ଖୋର୍ଦ୍ଧା, କନ୍ଧମାଳ, ଯାଜପୁର, ଦେବଗଡ, ବୌଦ୍ଧରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁ ବରଣ କରିଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ୯୫୮ରେ ପହଂଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨, ୪୦, ୯୯୮ରହିଛି । ଏଥିମଧ୍ୟରୁ ୨୯୭୭୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୧୦୨୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।