ୟୁକ୍ରେନ ଛାଡିସାରିଛନ୍ତି ୧୮ ହଜାର ଭାରତୀୟ

ୟୁକ୍ରେନ ଛାଡିସାରିଛନ୍ତି ୧୮ ହଜାର ଭାରତୀୟ

ୟୁକ୍ରେନ ଛାଡିସାରିଛନ୍ତି ୧୮ ହଜାର ଭାରତୀୟ । ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅବିନ୍ଦମ ବାଗଚୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅପରେସନ ଗଙ୍ଗାର ପରିଧିକୁ ଆହୁରି ଅଧିକ କରାଯାଉଛି । ଗୋଟିଏ ଦିନରେ ୧୫ ଫ୍ଲାଇଟ୍ ଜରିଆରେ ୩ ହଜାର ଭାରତୀୟଙ୍କୁ ଫେରାଇ ଅଣାଯାଇଛି। ଗତ ୨୪ ଘଣ୍ଟାରେ ୩୦ଟି ବିମାନରେ ୬୪୦୦ ଭାରତୀୟ ସ୍ୱଦେଶକୁ ଫେରିଛନ୍ତି।

ଏହାସହ ସଂକଟର ଏହି ମୂହୂର୍ତ୍ତରେ ସାହାଯ୍ୟ ପାଇଁ ୟୁକ୍ରେନ ଏବଂ ଏହାର ପଡୋଶୀ ଦେଶ ଗୁଡିକୁ ଧନ୍ୟବାଦ ଜଣାଇଛନ୍ତି।

ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଆସନ୍ତାକାଲି ୧୫ ଏବଂ ଆସନ୍ତା ୨୪ ଘଣ୍ଟାରେ ୧୮ ବିମାନ ନିର୍ଦ୍ଧରିତ କରାଯାଇଛି । ରୋମାନିଆରେ ଏକ ନୂତନ ସ୍ଥାନ ଚିହ୍ନଟ କରାଯାଇଛି ଯେଉଁଠୁ ସ୍ୱତନ୍ତ୍ର ବିମାନ ଜରିଆରେ ଭାରତୀୟଙ୍କୁ ଉଦ୍ଧାର କରାଯିବ । ଅଧିକରୁ ଅଧିକ ବିମାନ ଉଡାଣ ପାଇଁ ମନ୍ତ୍ରଣାଳୟ ପ୍ରସାୟ କରୁଛି।

ୟୁକ୍ରେନ ସୀମା ପାର ହୋଇ ଆସୁଥିବା ଭାରତୀୟଙ୍କ ପାଇଁ ଖାଇବା ଏବଂ ରହିବା ବ୍ୟବସ୍ଥା କରାଯାଇଛି। ଆସନ୍ତା ଦୁଇରୁ ୩ ଦିନ ଭିତରେ ସମସ୍ତ ନାଗରିକଙ୍କୁ ସ୍ୱଦେଶ ଅଣାଯିବ ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।