STF ପଞ୍ଝାରେ ଆନ୍ତଃରାଜ୍ୟ ବ୍ରାଉନସୁଗାର ବ୍ୟବସାୟୀ, କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

STF ପଞ୍ଝାରେ ଆନ୍ତଃରାଜ୍ୟ ବ୍ରାଉନସୁଗାର ବ୍ୟବସାୟୀ, କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

୧୬ ନଂ ଜାତୀୟ ରାଜପଥ ଟାଙ୍ଗି ନିକଟରୁ ବ୍ରାଉନ୍‌ସୁଗାର ବେପାରୀକୁ ଧରିଲା STF । ଗିରଫ ବ୍ୟବସାୟୀଙ୍କ ନାମ ସଫିକୁଲ ଶେଖ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ STFକୁ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ଆଧାରରେ ଆଜି ୧୬ନଂ ଜାତୀୟ ରାଜପଥ ଟାଙ୍ଗି ନିକଟରୁ ବ୍ରାଉନ୍‌ସୁଗାର ବେପାରୀ ସଫିକୁଲ ଶେଖ୍‌ଙ୍କୁ କାବୁ କରିଥିଲା STF ।ସଫିକୁଲର ଘର ପଶ୍ଚିମବଙ୍ଗ ବେଲଡଙ୍ଗା ଜିଲ୍ଲା ପୋଲିଆପରା ଗାଁରେ ବୋଲି ଜଣାପଡିଛି । ସଫିକୁଲ୍‌ ନିକଟରୁ ୧ କେଜି ୪୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଯାହାର ଅନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ତେବେ ଓଡ଼ିଶା ଆଉ ପଶ୍ଚିମ ବଙ୍ଗ ଭିତରେ ବହୁ ମାତ୍ରାରେ ନିଶା କାରବାର ହେଉଥିବାର ଜଣା ପଡିଛି ଗତ କିଛିଟି ଘଟଣାକୁ ବିଶ୍ଲେଷଣ କରି।