ଜଳିଗଲା ବାୟୁସେନା ହେଲିକପ୍‌ଟର: 7 ମୃତ

Spread the News

ଜମ୍ମୁ କଶ୍ମୀରର ବଡ଼ଗାମ ଜିଲ୍ଲାରେ ଆଜି ବାୟୁସେନାର ଏକ ପରିବହନ ହେଲିକପ୍‌ଟର ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିବା ପରେ ଜଳି ଯାଇଛି। ଏହି ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ଘଟିଛି। ଗାରିନ୍ଦ କାଲାନା ଗ୍ରାମ ନିକଟସ୍ଥ ଏକ ଖୋଲା ସ୍ଥାନରେ ହେଲିକପ୍‌ଟରଟି ଖସି ପଡ଼ିଥିବା ବେଳେ ଘଟଣାସ୍ଥଳରୁ 7 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ବାୟୁସେନାର 6 ଜଣ ଅଧିକାରୀ ଏବଂ ଜଣେ ସ୍ଥାନୀୟ ବାସିନ୍ଦା ରହିଥିବା ଜଣାପଡ଼ିଛି। ବାୟୁସେନା ପକ୍ଷରୁ କୁହାଯାଇଛି ଯେ ଏମ୍‌ଆଇ-17 ହେଲିକପ୍‌ଟର ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ବାୟୁସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏକ ବିଶେଷଜ୍ଞ ଟିମ୍‌ ତଦନ୍ତରେ ନିୟୋଜିତ ଥିବା ବେଳେ ଏହାପଛରେ କୌଣସି ଆକ୍ରମଣ କିମ୍ବା ଅନ୍ତର୍ଘାତୀ କାର୍ଯ୍ୟ ରହିଛି କି ନାହିଁ ସେ ନେଇ ଖୋଳତାଡ଼ ଚାଲିଛି।

Tags: