କାହିଁକି ତୁଳସୀ ଗଛକୁ ଘର ଆଗରେ ରଖାଯାଏ ?

Spread the News

ହିନ୍ଦୁ ଧର୍ମରେ ତୁଳସୀ ଗଛର ସ୍ୱତନ୍ତ୍ର ସ୍ଥାନ ରହିଛି I ଏହାକୁ ଲୋକମାନେ ଘର ଆଗରେ ରଖି ପୂଜା କରିଥାନ୍ତି I ଏହା ଏବେ ନୁହେଁ ବହୁ ଆଗରୁ ପ୍ରଚଳିତ I ତେବେ ଏହା ଏକ ଅନ୍ଧବିଶ୍ୱାସ ନା ଏହା ପଛରେ କିଛି ବଳିଷ୍ଠ କାରଣ ରହିଛି ଆସନ୍ତୁ ଜାଣିବା I ମଣିଷ ଧୀରେ ଧୀରେ ବିଜ୍ଞାନକୁ ସବୁ ଜିନିଷରେ ପାଇବାକୁ ଚେଷ୍ଟା କଲାଣି I ଯେଉଁଥିରେ ପାଉଛି ତ ସେଟା ଠିକ ନହେଲେ ଭୁଲ I ବିଚାରା ବିଜ୍ଞାନ ଜାଣିନଥିବା ଓ ସମାଜର ରୀତିନିୟମକୁ ମାନି ଚଳୁଥିବା କିଛି ମଣିଷ ଏଥିରେ ଅଣନିଶ୍ୱାସୀ ହୋଇପଡନ୍ତି I ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେକି ବିଜ୍ଞାନବି ତୁଳସୀର ବହୁ ଉପାଦେୟତା ବିଷୟରେ କହୁଛି I ଯାହା ନିମ୍ନରେ ଦିଆଯାଇଛି ଦେଖି ନିଅନ୍ତୁ I

୧. ତୁଳସୀ ପତ୍ରର ରସ ବହୁ ରୋଗ ଯଥା ହୃଦ ରୋଗ, କିଡ଼ନିରେ ପଥର, ମୁଣ୍ଡବିନ୍ଧା, ଜ୍ୱର, ଆଖି ରୋଗ, ବ୍ରଣ ଇତ୍ୟାଦିକୁ ଭଲ କରେ I
୨. ତୁଳସୀ ଏକ ଏପରି ଗଛ ଯାହାକି ୨୪ ଘଣ୍ଟା ଅମ୍ଳଜାନ (Oxygen) ପ୍ରଦାନ କରେ I ସାଧରଣତଃ ସବୁ ବୃକ୍ଷ ଦିନରେ ଅମ୍ଳଜାନ ଓ ରାତିରେ ଅଙ୍ଗାରକାମ୍ଳ (Carbon Dioxide) ଛାଡ଼ିଥାନ୍ତି I କିନ୍ତୁ ତୁଳସୀ ଏକ ବ୍ୟତିକ୍ରମ I ସେଥିପାଇଁ ଘର ଆଗରେ ରଖିଲେ ଏହା ଘରକୁ ଅମ୍ଳଜାନ ଯୋଗାଇ ଦେଇଥାଏ I
3. ତୁଳସୀ ପତ୍ରର ରସକୁ ପ୍ରତ୍ୟେହ ପିଇଲେ ଥଣ୍ଡା କାଶ ଆଦି ରୋଗ କୁ କମାଇବା ସହ ଓଜନ କମାଇ ଦେଇଥାଏ I ତେଣୁ ମେଦବହୁଳ ଲୋକଙ୍କ ପାଇଁ ଏହା ଅଵ୍ୟର୍ଥ ଔଷଧ I
4. ଏହା ଦାନ୍ତର ସୁରକ୍ଷା ମଧ୍ୟ କରିଥାଏ I ଏହା ଛଡା ତୁଳସୀକୁ କୌଣସି ପୋକ କାମୁଡ଼ା ଆଦି ଜାଗାରେ ଲଗାଯାଇପାରେ I