ଭାରତ ପ୍ରକାଶ କଲା ତା’ର କ୍ରିକେଟ ବିଶ୍ୱକପ ତାଲିକା; ଦେଖନ୍ତୁ ଆପଣଙ୍କର ପ୍ରିୟ ଖେଳାଳି ଅଛନ୍ତି କି ନାହିଁ

Spread the News

କ୍ରିକେଟ ମହକୁମ୍ଭ (World Cup) ଚଳିତ ବର୍ଷ 30 May ରୁ ଆରମ୍ଭ ହୋଇ 14 July ପର୍ଯ୍ୟନ୍ତ ଖେଳାଯିବ I ସେଥିଲାଗି ସବୁ ଦେଶ ପ୍ରସ୍ତୁତିରେ ଲାଗିପଡିଛନ୍ତି I ଭାରତ ନିଜର କ୍ରିକେଟ ଆଧିପତ୍ୟକୁ ଅକ୍ଷୂର୍ଣ୍ଣ ରଖିବାଲାଗି ନିଜର ଶ୍ରେଷ୍ଠ ଟିମକୁ ପଠାଇବାକୁ ଖୁବ ଜୋରରେ ଚେଷ୍ଟା ଚଳାଇଛି I ଆଜି ତାର ଶ୍ରେଷ୍ଠ 15 ଜଣିଆ ତାଲିକା BCCI ଘୋଷଣା କରିଛି I ଭାରତ ଭଳି କ୍ରିକେଟ ପାଗଳ ଦେଶରେ ଶ୍ରେଷ୍ଠ 15 ଜଣ ଖେଳାଳି ପ୍ରସ୍ତୁତ କରିବା ଅତ୍ୟନ୍ତ କଠିନ କାର୍ଯ୍ୟ କାରଣ କିଛିବି ଅସୁବିଧା ହେଲେ ଚୟନକର୍ତ୍ତା କମିଟୀର ମେମ୍ବରମାନଙ୍କୁ ଏଠାରେ ଟାର୍ଗେଟ କରାଯାଇଥାଏ I ତଥାପି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପ୍ରକାଶ ପାଇଛି ଖେଳାଳି ତାଲିକା I ଏବେ ଦେଖିନିଅନ୍ତୁ କେଉଁ ଖେଳାଳିମାନଙ୍କ ମୁଣ୍ଡରେ ସୁନା କଳସ ଢଳା ହୋଇଛି I

ବିରାଟ କୋହଲି (C)
ରୋହିତ ଶର୍ମା (VC)
ମହେନ୍ଦ୍ର ସିଂ ଧୋନି
ଶିଖର ଧାୱନ
କେଏଲ ରାହୁଲ
ବିଜୟ ଶଙ୍କର
କେଦାର ଯାଦବ
ଦୀନେଶ କାର୍ତ୍ତିକ
ଯୁଗେନ୍ଦ୍ର ଚହଲ
କୁଲଦୀପ ଯାଦବ
ଭୁବନେଶ୍ୱର କୁମାର
ଯଶପ୍ରୀତ ବୁମରାହା
ହାର୍ଦିକ ପାଣ୍ଡ୍ୟା
ମହମ୍ମଦ ଶାମି
ରବୀନ୍ଦ୍ର ଜାଡେଜା