କଂଗ୍ରେସ ଛାଡିଲେ ପ୍ରିୟଙ୍କା ଚତୁର୍ବେଦୀ

Spread the News

କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଆଜି ଦଳରୁ ଇସ୍ତଫା ଦେଇଛନ୍ତି I କିଛିଦିନତଳେ ତାଙ୍କୁ ମଥୁରାରେ ପ୍ରେସ କନଫରେନ୍ସ ବେଳେ କିଛି ଦଳୀୟ କର୍ମକର୍ତ୍ତା ଅସମ୍ମାନ କରିଥିଲେ I ଅବଶ୍ୟ ଦଳ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ନିଲମ୍ବନ କରିଥିଲା କିନ୍ତୁ ଏବେ ଦଳ ସେ ନିଲମ୍ବନ ପ୍ରତ୍ୟାହାର କରିନେଇଛି I ଯାହା ତାଙ୍କୁ ଗଭୀର ଆଘାତ ଦେଇଥିଲା I ସେ ଏହା କେବେ ବି ଆଶା କରିନଥିଲେ I କାର୍ଯ୍ୟାନୁଷ୍ଠାନ ଏତେ ସୀମିତ ସମୟ ବୋଲି ସେ କଳ୍ପନା କରିପାରୁନାହାନ୍ତି; ସେଥିପାଇଁ ସେ ଦଳ ଛାଡିବାକୁ ବାଧ୍ୟ୍ୟ ହେଲେ ବୋଲି କହିଛନ୍ତି I

ସେ ମଧ୍ୟ ଟ୍ୱିଟରରେ ତାଙ୍କୁ ବିଗତ ତିନି ବର୍ଷ ମଧ୍ୟରେ ମିଳିଥିବା ସମ୍ମାନ ଉପରେ ଧନ୍ୟବାଦ ଦେଇଛନ୍ତି I ସେ ନିଜ ଟ୍ୱିଟର ପୃଷ୍ଠାର ବାୟୋକୁ ବି ପରିବର୍ତ୍ତନ କରିଦେଇଛନ୍ତି I ଦଳ ଏବେ ଗୁଣ୍ଡାମାନଙ୍କୁ ଶ୍ରେୟ ଦଉଛି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି I