ଜାଣନ୍ତୁ କିଏ କେମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ତେନ୍ଦୁଲଙ୍କରଙ୍କୁ ଆଜି

Spread the News

ଅପ୍ରେଲ ୨୪ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲଙ୍କରଙ୍କ ଜନ୍ମ ଦିନ I ଏହା ତାଙ୍କ ୪୬ ତମ ଜନ୍ମଦିନ I କ୍ରୀଡା ଜଗତର ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛାର ସୁଅ ଛୁଟିଛି ପୃଥିବୀର କୋଣଅନୁକୋଣରେ ରହିଥିବା ତାଙ୍କ ପ୍ରଶଂସକମାନଙ୍କ ପାଖରୁ I ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ଼ (ବିସିସିଆଇ) ଠାରୁ ଆରମ୍ଭ କରି ସାଥି ଖେଳାଳି ଭିଭିଏସ ଲକ୍ଷ୍ମଣ, ହରଭଜନ ସିଂ, ବୀରେନ୍ଦ୍ର ସେହବାଗ, ମୁମ୍ବାଇ ଇଂଡିଆନ୍ସ ଆଦି ଟ୍ୱିଟରରେ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି I କେଉଁ ଟ୍ୱିଟରେ ସଚିନଙ୍କ ଫଟୋ ସ୍ଥାନ ପାଇଛି ତ କେଉଁଠି ତାଙ୍କର ବିରଳ କୃତିତ୍ତ୍ୱର ଭିଡ଼ିଓ I