କଂଗ୍ରେସକୁ ମୋଦିଙ୍କ କଟାକ୍ଷ – ୫୦ ଲୋକସଭା ସିଟ ପାଇବ ନାହିଁ

Spread the News

ମହାରାଷ୍ଟ୍ରରେ ଏକ ବିଶାଳ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଦୃଢ ସମାଲୋଚନା କରିଛନ୍ତି I ସେ କହିଛନ୍ତି କି କଂଗ୍ରେସ ଏଥର ବି ୫୦ ଲୋକସଭା ସିଟ ହାତେଇ ପାରିବ ନାହିଁ, ତେଣୁ ସେ ଭଳି ଦଳକୁ ଭୋଟ ଦେଇ ଲାଭ କଣ I ଅପରପକ୍ଷେ ବିଜେପି ଏଥର ତାର ସିଟ ସଂଖ୍ୟା ବଢାଇବ I ଶିବସେନାର ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଦୀର୍ଘ ପାଞ୍ଚ ବର୍ଷ ପରେ ଏକ ମିଳିତ ମଞ୍ଚରେ ସେ ଏପରି କଟାକ୍ଷ କରିଛନ୍ତି କଂଗ୍ରେସକୁ I

ସେ ଏହି ସଭାରେ ଭାରତ ସରକାରଙ୍କ ବିଭିନ୍ନ ସଫଳତା ବଖାଣି ଥିଲେ ଓ କଂଗ୍ରେସର ଅପାରଗତାକୁ ସମାଲୋଚନା କରିଥିଲେ I କଂଗ୍ରେସ ଦଳ କିପରି ଗରିବ ଲୋକମାନଙ୍କ ଭୋଟ ଆପଣାଇବ ଓ ତାପରେ ସେମାନଙ୍କୁ ଭୁଲିଯିବ, ଏପରି କହି ମୋଦି କଟାକ୍ଷ କରିଥିଲେ I

ଏଠାରେ ପ୍ରକାଶ ଥାଉ କି, ବିଜେପି ୨୦୧୪ ରେ ମହାରାଷ୍ଟ୍ରରେ ଏକା ନିର୍ବାଚନ ଲଢୁଥିଲା କିନ୍ତୁ ଏଥର ଶିବସେନା ସହିତ ଲଢ଼ୁଛି, ତେଣୁ ଏହା ଅଧିକ ସିଟ ହାସଲ ଲକ୍ଷ ରଖିଛି I କଂଗ୍ରେସ ବି ଏଠି ଏନସିପି ସହ ନିର୍ବାଚନୀ ମେଣ୍ଟ କରି ଅଧିକ ସିଟ ଲକ୍ଷ ରଖିଛି I ଗତ ନିର୍ବାଚନରେ କଂଗ୍ରେସ ସାରା ଦେଶରେ ମାତ୍ର ୪୪ଟି ସିଟ ଜିତି ପାରିଥିଲା, ଯାହାକି ତାର ସର୍ବନିମ୍ନ ଫଳାଫଳ I କିନ୍ତୁ ବିଜେପି ସାରା ଦେଶରେ ଏକାକୀ ୨୮୪ ଆସନ ହାତେଇ ପାରିଥିଲା, ଯାହାକି ଦୀର୍ଘ ଦୁଇ-ତିନି ଦଶନ୍ଧି ମଧ୍ୟରେ ଯେକୌଣସି ଦଳ ପାଇଁ ସର୍ବାଧିକ I

Tags: ,