ପୁରୀରେ 175 ବେଗରେ ବୋହିଛି ପବନ, ଉପୁଡି ପଡ଼ିଲା ଶତାଧିକ ଗଛ

Spread the News

ଫନି’ ପ୍ରଭାବରେ ଘଣ୍ଟାପ୍ରତି ପବନର ବେଗ 175 କିଲୋମିଟରରେ ବୋହିଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ଫଳରେ ଶତାଧିକ ଗଛ ଉପୁଡି ପଡ଼ିଛି। ବିଶେଷ କରି ସମୁଦ୍ର କୂଳଠାରୁ ଅଳ୍ପ ଦୂରରେ ଥିବା ରାଜଭବନ ରାସ୍ତାକଡ଼ରେ ଥିବା କିଛି ଗଛ ଉପୁଡି ପଡ଼ିଛି। ସେହିଭଳି ଅନେକ ସ୍ଥାନରେ ଦୋକାନ ଛପର ଓ ହୋର୍ଡି ଉଡାଇ ନେଇଛି।

ଗୁରୁବାର ଠାରୁ ଶୁକ୍ରବାର ସକାଳ 7ଟା ସୁଦ୍ଧା 100 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ କହିଛନ୍ତି, ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହା ଆଗାମୀ 4 ରୁ 5 ଘଣ୍ଟା ଯାଏଁ ସକ୍ରିୟ ରହିପାରେ।

Tags: