ବାତ୍ୟା ଆଶ୍ରୟସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ

Spread the News

ପଟ୍ଟାମୁଣ୍ଡାଇ   ଅଂଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ   ହୋଇ ଥିବା ଜଣାପଡିଛି l    ଗତକାଲିଠାରୁ ପୁରୀ ସମେତ ଅନ୍ୟାନ୍ୟ ଉପକୂଳ ଜିଲ୍ଲାର ତଳିଆ ଅଞ୍ଚଳରୁ ପ୍ରାୟ ୧୦ ଲକ୍ଷ ୮୫ ହଜାର ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ପୁରୀରେ ୧.୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।ସେହିପରି ଫୋନି ପାଇଁ ଭୁବନେଶ୍ୱରର ବିଭିନ୍ନ ଆଶ୍ରୟସ୍ଥଳୀରେ ୭୦ ହଜାର ଲୋକଙ୍କୁ ଥଇଥାନ କରାଯାଇଛି। ୧୩୫ଟି ଅସ୍ଥାୟୀ କେନ୍ଦ୍ର ଓ ଶିକ୍ଷାନୁଷ୍ଠାନରେ ସେମାନଙ୍କୁ ରଖାଯାଇଛି।ଫୋନି ପ୍ରଭାବରେ ଗତକାଲିଠାରୁ ପୁରୀ, ଗଞ୍ଜାମ, ଭୁବନେଶ୍ୱର ସମେତ ରାଜ୍ୟର ଆଉ କିଛି ସ୍ଥାନରେ ବର୍ଷା ଲାଗି ରହିଛି। ଗୋପାଳପୁରରେ ସର୍ବାଧିକ ୧୪୯ ମିମି ବର୍ଷା ହୋଇଥିବା ବେଳେ ଘଣ୍ଟା ପ୍ରତି ୧୦୫ କିମି ବେଗରେ ପବନ ବହୁଛି। 

Tags: