ମୋଦିଙ୍କୁ ହତ୍ୟା ଷଡ଼ଯନ୍ତ୍ର ; ଭିଡିଓ ଭାଇରାଲ୍‌

Spread the News

ଉତ୍ତର ପ୍ରଦେଶର ବାରାଣସୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ପୂର୍ବତନ ବିଏସ୍‌ଏଫ୍ ଯବାନ ତେଜ୍‌ ବାହାଦୁର ଯାଦବଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓ ଦେଖିବା ପରେ ବିଜେପି କହିଛି ଯେ, ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି। ୫୦ କୋଟି ଦେଲେ ମୋଦିଙ୍କ ହତ୍ୟା କରାଇ ଦେବି ବୋଲି ଭିଡିଓଟିରେ କୁହାଯାଉଥିବା ଶୁଣିବାକୁ ମିଳୁଛି। 

ଭିଡିଓଟି ଭଲ ମାନର ନୁହେଁ। ଭିଡିଓରେ ଥିବା ବ୍ୟକ୍ତିଙ୍କ ମୁହଁ ପରିଷ୍କାର ଦେଖାଯାଉ ନାହିଁ କି ତାଙ୍କ ସ୍ୱର ମଧ୍ୟ ସ୍ପଷ୍ଟ ଶୁଣାଯାଉ ନାହିଁ। ତେବେ ଏଥିରେ ତେଜ୍‌ ବାହାଦୁର ଥିବା କୁହାଯାଉଛି। ସେ ମୋଦିଙ୍କ ହତ୍ୟା କଥା କହୁଥିବା କୁହାଯାଉଛି।

Tags: