ୱାର୍ଡରଙ୍କ ବାଇକ୍‌ ଧରି କଏଦୀ ଚମ୍ପଟ

Spread the News

କନ୍ଧମାଳ ଜିଲ୍ଲା କାରାଗାରରୁ ଜଣେ କଏଦୀ  ୱାର୍ଡରଙ୍କ ବାଇକ୍‌ ଧରି ପଳାଇ ଯାଇଥିବା ଅଭିଯୋଗ ହୋଇଛି। ଆଜି ଏନେଇ ଫୁଲବାଣୀ ଟାଉନ୍‌ ଥାନାରେ ଅଭିଯୋଗ କରାଯାଇଛି ଫେରାର କଏଦୀର ନାଁ ଗୋପୀନାଥ ନାୟକ। 

ଗତକାଲି ସନ୍ଧ୍ୟାରେ ସେ କୌଣସି ମତେ ଜଣେ ଜେଲ୍‌ ୱାର୍ଡରଙ୍କ ବାଇକ୍‌ ଧରି ଚମ୍ପଟ୍ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସେ ଫେରାର ହୋଇଯିବା ପରେ ଜେଲ୍ କର୍ମଚାରୀମାନେ ପ୍ରଥମେ ତାକୁ ଖୋଜାଖୋଜି କରି ଧରିବାକୁ ବହୁତ ପ୍ରୟାସ କରିଥିଲେ। ହେଲେ ସେମାନେ ବିଫଳ ହୋଇଥିଲା। ଜେଲ୍ ଅଧୀକ୍ଷକ ଅନୁସ୍ୱୟା ଜେନା ଆଜି ଫୁଲବାଣୀ ଟାଉନ୍ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୁଲିସ୍‌ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମାତ୍ର ଏପର୍ଯ୍ୟନ୍ତ ଚମ୍ପଟ କଏଦୀକୁ ଧରିବାରେ ସଫଳ ହୋଇନାହିଁ।

Tags: ,