ସର୍ବ ସମ୍ମୁଖରେ ଆତ୍ମହତ୍ୟା କରିଦେବି’: ଗମ୍ଭୀର

Spread the News

ଆମ୍ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ତୁ,ତୁ-ମେଁ,ମେଁ ବଢିବାରେ ଲାଗିଛି । ପୂର୍ବ ଦିଲ୍ଲୀରୁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଆତିଶି ମାର୍ଲେନଙ୍କ ପ୍ରତି ଆଶାଳୀନ ପୋଷ୍ଟର ବଣ୍ଟା ପ୍ରସଙ୍ଗ ନେଇ ଏହି ତିକ୍ତତା ଆରମ୍ଭ ହୋଇଛି । ଏନେଇ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀର ଏବେ ଏପରି ଏକ ଚ୍ୟାଲେଞ୍ଜ ଦେଇଛନ୍ତି, ଯାହାକୁ ନେଇ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଗୌତମ୍ ଗମ୍ଭୀର ଆମ୍ ଆଦମୀ ପାର୍ଟିକୁ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯେ, ଯଦି ପାର୍ଟି ଏହା ପ୍ରମାଣ କରିଦିଏ ଯେ, ପୋଷ୍ଟର ତାଙ୍କ ଦ୍ଵାରା ବଣ୍ଟା ଯାଇଛି ତେବେ ସେ ଜନତାଙ୍କ ସମ୍ମୁଖରେ ଆତ୍ମହତ୍ୟା କରିଦେବେ । ଗୌତମ ଗମ୍ଭୀର ଟ୍ଵିଟ୍ କରି ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଟ୍ୟାଗ୍ କରି କହିଛନ୍ତି l 

ପ୍ରକାଶ ଥାଉ କି, ଏହା ପୂର୍ବରୁ ଆତିଶି ମାର୍ଲେନ ଦିଲ୍ଲୀ ମହିଳା ଆୟୋଗରେ ଏହି ମାମଲାରେ ମାମଲା ରୁଜୁ କରିଥିଲେ । ଏହାସହ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗମ୍ଭୀରଙ୍କ ଉପରେ ମାନହାନୀ ମାମଲା ଦାୟର କରିବାକୁ କହିଛନ୍ତି । ଅନ୍ୟପଟେ ଗମ୍ଭୀରଙ୍କୁ କ୍ରିକେଟର ହରଭଜନ ସିଂହ ଓ ଭିଭିଏସ ଲକ୍ଷ୍ମଣଙ୍କ ସମର୍ଥନ ମିଳିଛି ।