ଶ୍ରୀମନ୍ଦିର ମରାମତି ପାଇଁ ଆଇଓସିଏଲ ଦେଲା 5 କୋଟି ସହାୟତା

Spread the News

 ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ‘ଫନି’ଜନିତ କ୍ଷୟକ୍ଷତି ପୁନରୁଦ୍ଧାର ପାଇଁ ଭାରତୀୟ ତୈଳ ନିଗମ(ଆଇଓସିଏଲ)ପକ୍ଷରୁ 5କୋଟି ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି। ନିଗମର ମୁଖ୍ୟ ମହାପ୍ରବନ୍ଧକ ଶୁଭଜିତ ଘୋଷ ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସାକ୍ଷାତ କରି ଚେକ୍‌ ପ୍ରଦାନ କରିଛନ୍ତି। ତୈଳ ନିଗମର ଏପରି ବଦାନ୍ୟତା ପାଇଁ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଛନ୍ତି।

Tags: