ମହାନଦୀ ଜଳ ବିବାଦ ମାମଲାର ଶୁଣାଣୀ ସ୍ଥଗିତ

Spread the News

ଆଜି ଓଡିଶା-ଛତିଶଗଡ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ଶୁଣାଣୀ ହୋଇପାରି ନାହିଁ । ବାତ୍ୟା ‘ଫନି’ ପାଇଁ ଉଭୟ ରାଜ୍ୟର ବୈଠକ ହୋଇପାରି ନ ଥିବାରୁ ଆଜିର ଶୁଣାଣୀକୁ ସ୍ଥଗିତ ରଖାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣୀ ଜୁଲାଇ 13ରେ ହେବ ବୋଲି ଟ୍ରିବ୍ୟୁନାଲ ଦିନ ଧାର୍ଯ୍ୟ କରିଛନ୍ତି ।

ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଟ୍ରିବ୍ୟୁନାଲ ଶୁଣାଣୀ କରି ଅନ୍ତରୀଣ ରାୟ ଦେବାର ଥିଲା । ମାତ୍ର ବାତ୍ୟା ପାଇଁ ଉଭୟ ରାଜ୍ୟର ବୈଠକ ହୋଇପାରି ନ ଥିଲା । ଯେଉଁଥିପାଇଁ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ଟ୍ରିବ୍ୟୁନାଲ । ଛତିଶଗଡ ମଦାନଦୀର ଉପରମୁଣ୍ଡରେ ବେଆଇନ ଭାବେ 6ଟି ବ୍ୟାରେଜ ନିର୍ମାଣ କରୁଥିବା ଓଡିଶା ଅଭିଯୋଗ କରିଛି । ଏହା ଦ୍ୱାରା ଓଡିଶାରେ ଅଣ ମୌସୁମୀ ସମୟରେ ଜଳସଙ୍କଟ ଦେଖାଯିବା ସହ ଜଳସେଚନରେ ମଧ୍ୟ ବାଧା ଉପୁଜିବ । ଏହାକୁ ଭାଙ୍ଗିବା ତଥା ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ଓଡିଶା ପକ୍ଷରୁ ଟ୍ରିବ୍ୟୁନାଲରେ ଆବେଦନ କରାଯାଇଥିଲା ।

Tags: