ଆସନ୍ତା 21ରୁ ଖୋଲିବ ନନ୍ଦନକାନନ

Spread the News

ବାତ୍ୟା ଫୋନି ପରଠାରୁ ଭୁବନେଶ୍ୱରରେ ଥିବା ବିଭିନ୍ନ ଉଦ୍ୟାନ ବନ୍ଦ ରହିଛି । ଉଦ୍ଭିତ ଉଦ୍ୟାନ ଜୟଦେବ ବାଟିକା, ପ୍ରାଣୀ ଉଦ୍ୟାନ ନନ୍ଦନ କାନନ ଓ ଏକାମ୍ର କାନନ ଆଦି ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବାକୁ ଯାଉଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଂଜୟ ସିଂହ ସୂଚନା ଦେଇଛନ୍ତି । 

ସଚିବଙ୍କ ସୂଚନା ମୁତାବକ, ଆସନ୍ତା ମେ 21 ତାରିଖରୁ ପୁଣି ଥରେ ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ଖୋଲିବ । ସେହିପରି ଆସନ୍ତାକାଲିଠାରୁ ଜୟଦେବ ବାଟିକା ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହା ସହିତ ଏକାମ୍ର କାନନ ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ସଚିବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

Tags: