ବୋମାମାଡ଼ କରି ଲକ୍ଷାଧିକ ଟଙ୍କା ଲୁଟ୍

Spread the News

ବୋମାମାଡ଼ କରି  ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗେଡ଼ଇାପାଲି-ଗୋବିନ୍ଦପୁର ରାସ୍ତାରେ  ଲୁଟ୍ କରିଛନ୍ତି ଦୁର୍ବୃତ୍ତ।  ଘରୋଇ କମ୍ପାନି କର୍ମଚାରୀମାନେ ଟଙ୍କା ନେଇ ଆସୁଥିବା ବେଳେ ୩ଟି ମୋଟର ସାଇକଲରେ ଆସି ବୋମାମାଡ଼ କରିଥିଲେ ୭ ଜଣ ଦୁର୍ବୃତ୍ତ। 

ଏହା ପରେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ବୋମାମାଡ଼ରେ ଡ୍ରାଇଭର ଗୁରୁତର ହୋଇଛନ୍ତି।  ତାଙ୍କୁ ଖୋର୍ଦ୍ଧାରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଏତଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି ।

Tags: