ସୁରତରେ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି

Spread the News

ଗୁଜୁରାଟର ସୁରତରେ ଆଜି ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା 19କୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ପ୍ରତି ମୃତକଙ୍କୁ 4 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରଛାତ୍ରୀ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଏଠାରେ ଏକ ଫେସନ ଡିଜାଇନିଂ ଷ୍ଟୁଡିଓ ଥିଲା ଓ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଟ୍ରେନିଂ ଦିଆଯାଉଥିଲା । ଉପର ମହଲାରେ ନିଆଁ ଲାଗିବା ପରେ ପିଲାମାନେ  ପ୍ରାଣ ବିକଳରେ 4 ମହଲା ଉପରେ ଥିବା ଝରକାରୁ ଡେଇଁ ପଡିଥିଲେ । ଏତେ ଉପରୁ ଡେଇଁବା ଫଳରେ କେତେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁବରଣ କରିଥିବାବେଳେ କେତେକ ଆହତ ହୋଇଛନ୍ତି । ଷ୍ଟୁଡିଓ ଭିତରେ ମଧ୍ୟ ନିଆଁରେ ପୋଡି ହୋଇ କେତେକ ପିଲା ମୃତ୍ୟୁବରଣ କରିଥିବା ଜଣାଯାଇଛି। ଖବର ପାଇଁ ଘଟଣା ସ୍ଥଳରେ ପ୍ରାୟ 15ଟି ଦମକଳ ଗାଡ଼ି ପହଞ୍ଚିଥିବା ସତ୍ତ୍ବେ ଏହି ଅଗ୍ନୀକାଣ୍ଡରେ ବ୍ୟାପକ ଧନଜୀବନ ହାନୀ ହୋଇଛି । ଏହି ଷ୍ଟୁଡିଓରେ ମୋଟ 50 ଜଣ ପିଲା ଥିବା କୁହାଯାଉଛି । ମୃତ୍ୟୁସଂଖ୍ୟା ଆଗକୁ ବଢିବା ସମ୍ଭାବନା ରହିଛି ।

Tags: