ବିଶ୍ୱକପରେ ଭାରତକୁ ପରାସ୍ତ କରିପାରିନି ପାକିସ୍ତାନ, ଚିନ୍ତାରେ ପାକିସ୍ତାନ ଅଧିନାୟକ

Spread the News

ମେ ୩୦ ତାରିଖରୁ ଇଂଲଣ୍ଡ ଓ ୱେଲ୍ସରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱକପର ୧୨ ତମ ସଂସ୍କରଣ । ବିଶ୍ୱକପରେ ଭାରତ-ପାକିସ୍ତାନ ମୁକାବିଲା ସବୁଠାରୁ ହେବିୱେଟ୍ ମୁକାବିଲା ମଧ୍ୟରୁ ଅନ୍ୟତମ । ଏହି ମ୍ୟାଚ ଉପରେ ରହିଛି ସାରା ବିଶ୍ୱର ନଜର । ଲବୁଠାରୁ ବଡ କଥା ହେଲା ବିଶ୍ୱକପରେ ଭାରତକୁ ପରାସ୍ତ କରିପାରିନି ପାକିସ୍ତାନ । ଏହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ପାକିସ୍ତାନର ଅଧିନାୟକ ସରଫରାଜ୍ ଅହମଦ ।

୧୬ ଜୁନରେ ହେବାକୁ ଥିବା ଏହି ମ୍ୟାଚ ଚଳିତ ବିଶ୍ୱକପର ସବୁଠାରୁ ବଡ ମ୍ୟାଚ ବୋଲି ମାନାଯାଉଛି । ଉଭୟ ଦଳ ଅନେକ ବର୍ଷ ପରେ ପରସ୍ପରକୁ ସାମ୍ନା କରିବେ । କିନ୍ତୁ ପାକିସ୍ତାନର ଅଧିନାୟକଙ୍କୁ ଏହି ମ୍ୟାଚରେ ପରାଜୟର ଡର ଘାରୁଛି । ବିଶ୍ୱକପ ପୂର୍ବରୁ ସବୁ ଦଳର ଅଧିନାୟକଙ୍କ ପ୍ରେସ୍ କନଫରେନ୍ସରେ ଯେତେବେଳେ ବିରାଟ୍ ଓ ସରଫରାଜଙ୍କୁ ଏହି ମ୍ୟାଚକୁ ନେଇ ପ୍ରଶ୍ନ କରାଗଲା, ସରଫରାଜ ଏକ ଭିନ୍ନ ଜବାବ ହିଁ ଦେଇଦେଲେ । 

ଦୁଇ ଦଳ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚକୁ ନେଇ କରାଯାଇଥିବା ପ୍ରଶ୍ୱରେ କୋହଲି ପ୍ରଥମେ ସରଫରାଜଙ୍କୁ ପଚାରିଥିଲେ ଯେ, ସେ ଏହି ପ୍ରଶ୍ନର ଉତ୍ତର ଦେବେ, ସରଫରାଜ୍ ଏତିକି କହିଥିଲେ ଯେ, ସେ ବହୁତ ଜଲଦି ନିଜର ହ୍ୱାଟ୍ସଆପ୍ ନମ୍ୱର ବଦଳାଇବାକୁ ଯାଉଛନ୍ତି । ଏହାପରେ ଭାରତର ଅଧିନାୟକ ବିରାଟ କୋହଲି ବି ହସିଥିଲେ । 

Tags: