ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଏହି ବଲିଉଡ୍ କଳାକାର

Spread the News

ଆଜି ସଂଧ୍ୟାରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  ମୋଦୀ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ସଂଧ୍ୟା 7ଟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ରହିଛି। ତେବେ, ମୋଦୀଙ୍କ ଏହି ଶପଥ ପାଠ ଉତ୍ସବରେ କେତେକ ବଲିଉଡ୍‌ କଳାକାର ଉପସ୍ଥିତ ରହିବେ।

କଙ୍ଗନା ରାଣାଓ୍ଵତ, ବିବେକ ଓବରଏ, କରଣ ଜୋହର ଓ ସାହିଦ କପୁର, ବୋନି କପୁର ପ୍ରମୁଖ ଉପସ୍ଥିତ ରହିବେ ଆଜିର ଶପଥ ପାଠ ଉତ୍ସବରେ। ସେମାନେ ଇତି ମଧ୍ୟରେ ଦିଲ୍ଳୀରେ ପହଞ୍ଚି ସାରିଛନ୍ତି। ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ବଲିଉଡ୍‌ର ବହୁ କଳାକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ଵିଟର୍‌ରେ ପ୍ରଶଂସା କରିବା ସହ ଅଭିନନ୍ଦନ ବାର୍ତ୍ତା ଦେଇଥିଲେ। ଆଜି ଶପଥ ପାଠ ଉତ୍ସବରେ ବଲିଉଡ୍‌ର ବହୁ କ୍ଷମତାଶାଳୀ ଓ ଲୋକପ୍ରିୟ ବ୍ୟକ୍ତିତ୍ୱ ମୋଦୀଙ୍କ ଶପଥ ଗ୍ରହଣ ବେଳେ ଉପସ୍ଥିତ ରହିବେ ବୋଲି ଜାଣିବାକୁ ମିଳିଛି। ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ଶାହାରୁଖ ଖାନ, ସଞ୍ଜୟ ଲୀଲା ଭଂସାଲୀ, ରଜନୀକାନ୍ତ, କମଲ ହସନ, ସାଇନା ନେହଓ୍ଵାଲ୍‌, ରାହୁଲ ଦ୍ରାବିଡ ଆଦିଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି।