ସ୍କୁଲରେ ପହଞ୍ଚୁନି ‘ଖୁସି’

Spread the News

ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ରାଜ୍ୟ ସରକାର ମାଗଣାରେ ସାନିଟାରି ନାପକିନ୍ ଯୋଗାଇ ଦେବା ପାଇଁ ଆରମ୍ଭ କରିଛନ୍ତି ‘ଖୁସି’। କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟର ସବୁ ବିଦ୍ୟାଳୟରେ ନାପକିନ୍‌ ପହଞ୍ଚି ପାରିନି।‌ କେତେକ ବ୍ଲକରେ ନୂ୍ତନ ଶିକ୍ଷାବର୍ଷ ପୂର୍ବରୁ ବଣ୍ଟା ଯାଇଥିଲା। ଏହାପରେ ଆଉ ବଣ୍ଟନ ହୋଇନାହିଁ। ଆଉ କେତେକ ବ୍ଲକରେ ଗୋଦାମ ଘରେ ନାପକିନ୍‌ ପଡ଼ି ରହିଛି। ଏଥିପାଇଁ ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟ‌ରେ ଅସନ୍ତୋଷ ପ୍ରକାଶ ପାଇଛି। ଯଦି ନିର୍ଦ୍ଧାରିତ ସମୟରେ ଛାତ୍ରୀଙ୍କ ନିକଟରେ ନାପକିନ୍‌ ପହଞ୍ଚି ପାରୁନି, ତେବେ ଏଭଳି ଯୋ‌ଜନା କାହା ପାଇଁ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

୨୦୧୯-୨୦ ଶିକ୍ଷା ବର୍ଷକୁ ୫ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସବୁ ଛାତ୍ରୀଙ୍କ ପାଖରେ ନାପ୍‌କିନ୍‌ ପହଞ୍ଚି ପାରିନି। ଗତ ଦୁଇ ମାସ ହେଲା ଅନୁଗୁଳ, ନବରଙ୍ଗପୁର, ନୂଆପଡ଼ା ପରି ଜିଲ୍ଲାରେ ନାପକିନ୍‌ ବଣ୍ଟନରେ ଅବ୍ୟବସ୍ଥା ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଅଗଷ୍ଟ ୮ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସମୀକ୍ଷା କରାଯିବା ସହ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାପକିନ୍‌ ବଣ୍ଟନ ନିର୍ଦ୍ଧା‌ରିତ ସମୟରେ ସାରିବାକୁ ନିର୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ମାସେ ବିତିବାକୁ ବସିଥିଲେ ମଧ୍ୟ ସବୁ ବିଦ୍ୟାଳୟରେ ନାପକିନ୍‌ ପହଞ୍ଚିପାରିନି।

Tags: