କଶ୍ମୀରରେ ମେହବୁବା ମୁଫ୍‌ତିଙ୍କୁ ଭେଟିବାକୁ ଝିଅକୁ ଅନୁମତି ଦେଲେ ସୁପ୍ରିମ୍‌ କୋର୍ଟ

Spread the News

ଗୁରୁବାର ଦିନ ଜମ୍ମୁ ଓ କଶ୍ମୀର ସଂକ୍ରାନ୍ତ କେତେଗୁଡ଼ିଏ ପିଟିସନ୍‌ ଶୁଣାଣି ସମୟରେ ସୁପ୍ରିମ୍‌ କୋର୍ଟ ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କୁ ଭେଟିବାକୁ ତାଙ୍କ ଝିଅଙ୍କୁ ଅନୁମତି ଦେଇଛନ୍ତି। ଅଗଷ୍ଟ ପ୍ରାରମ୍ଭରେ ଜମ୍ମୁ ଓ କଶ୍ମୀରରୁ ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ହେବା ସମୟରେ ମୁଫ୍‌ତିଙ୍କୁ ଅନ୍ୟ ନେତୃବୃନ୍ଦଙ୍କ ସହ ଅଟକ ରଖାଯାଇଛି। ଚିକିତ୍ସା ନିମନ୍ତେ ସିପିଏମ୍‌ ନେତା ୟୁସୁଫ୍‌ ତାରିଗାମିଙ୍କୁ ଦିଲ୍ଲୀ ଏମ୍‌ସ୍‌କୁ ନେବା ନିମନ୍ତେ ମଧ୍ୟ ଅଦାଲତ ଆଦେଶ ଦେଇଛନ୍ତି।

ନେତାମାନଙ୍କ ଗିରଫଦାରି, ଚଳପ୍ରଚଳରେ କଟକଣା ଏବଂ ବେସାମରିକ ଲୋକମାନଙ୍କର ସ୍ୱାଧୀନତା ରଦ୍ଦ ଆଦି ସଂକ୍ରାନ୍ତରେ ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରୁଥିଲେ ସୁପ୍ରିମ୍‌ କୋର୍ଟ। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ର ଶୁଣାଣି ଅନ୍ୟ ଏକ ଦିନ କରାଯିବାକୁ ଏକ ସାମ୍ବିଧାନିକ ଖଣ୍ଡପୀଠରେ ଦାଖଲ କରାଯାଇଛି।

Tags: