ସୁନ୍ଦରଗଡ଼ରେ ଡେଙ୍ଗୁ, ୪୧ ଆକ୍ରାନ୍ତ

Spread the News

ସୁନ୍ଦରଗଡ଼ ଜିଲ୍ଲାରେ ଧିରେ ଧିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ଏବେ ୪୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କୁ କଟକ ଏସ୍‌ସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।ସୁନ୍ଦରଗଡ଼ କୁତ୍ରାର ଖତକୁରବାହାଲ ଗାଁରେ ସର୍ବାଧିକ ୩୯ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ବୀରମିତ୍ରପୁର ଓ ମଜଦିଜ୍‌ ପରେ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ୩୦ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଗତକାଲି ଆଉ ୧୧ ଜଣଙ୍କର ରକ୍ତ ନମୂନା ପଜିଟିଭ୍‌ ଆସିଛି । ମୋଟ ୪୫ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କର ରକ୍ତ ନମୂନାରେ ଡେଙ୍ଗୁ ଭୂତାଣୁ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେମାନଙ୍କ ମଧ୍ୟରୁ ୩୧ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ହେବାରୁ ସେମାନଙ୍କୁ କଟକ ଏସ୍‌ସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।ତେବେ ଡେଙ୍ଗୁକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସଚେତନତା କାର‌୍ୟ୍ୟକ୍ରମ କରାଯାଉଥିବାବେଳେ ମଶା ମରା ଧୂଆଁ ମଧ୍ୟ ପ୍ରୟୋଗ କରାଯାଉଛି । 

Tags: