ପୁଣି ଡାକ୍ତର ହେଲେ କଂଗ୍ରେସ ବିଧାୟକ

Spread the News

ଜନପ୍ରତିନିଧି ଭାବେ ଲୋକଙ୍କ ସେବା କରିବା ପରେ ଏବେ ଡାକ୍ତର ଭାବେ ସେବା ଆରମ୍ଭ କରିଛନ୍ତି ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ । ଡା.ପ୍ରଫୁଲ ମାଝୀ କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ନୁହେଁ ସାରା ଓଡିଶା ପାଇଁ ଏକ ପରିଚିତ ନାମ । କଂଗ୍ରେସର ଅଭ୍ୟେଦ ଗଡ ବୋଲାଉଥିବା ତଳସରା ନିର୍ବାଚନ ମଣ୍ଡଳୀର ତିନି ତିନିଥରର ବିଧାୟକ । ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ହେଉକି ରାଜ୍ୟର କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ସେ ସମୟରେ ବିଧାନସଭାରେ ହୁଲୁସ୍ତୁଲ କରୁଥିଲେ ।

2019 ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ପୁଣି ପୂର୍ବ ପେସାକୁ ଫେରିଛନ୍ତି ପ୍ରଫୁଲ । ସୁନ୍ଦରଗଡ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମଏଫ) ତରଫରୁ ଚୁକ୍ତି ଭିତ୍ତିକ ଡାକ୍ତର ନିଯୁକ୍ତି କରୁଥିବା ଜାଣିବା ପରେ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ ମାଝୀ ପୁଣି ନିଜ ପେଶାକୁ ଆପଣାଇ ନେଇଛନ୍ତି । ଦିନ ଥିଲା ଲୋକଙ୍କ ଦାବି ନେଇ ବିଧାନସଭାରେ ଉପସ୍ଥାପନ କରୁଥିଲେ । ଆଜି ପଦବୀ ନାହିଁ, ହେଲେ ଜାରି ରହିଛି ଜନତାଙ୍କ ସେବା । ଡାକ୍ତର ଭାବେ ନିଜ ଅଞ୍ଚଳର ରୋଗୀଙ୍କୁ ସେବା ଯୋଗାଇବା ପାଇଁ ପୁଣି ଆସିଛନ୍ତି । ନିଯୁକ୍ତି ପାଇବା ପରେ ତଳସରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ମେଡିକାଲ ଅଫିସର ଭାବରେ ଯୋଗଦାନ କରିବା ସହ ରୋଗୀ ସେବା ଆରମ୍ଭ କରିଛନ୍ତି ।

Tags: