କେନ୍ଦ୍ରାପଡାରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ

Spread the News

ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲାରେ କୋଭିଡ-୧୯ ହସ୍ପିଟାଲର ବ୍ୟବସ୍ଥା କରୁଛନ୍ତି ।  ଏହି କ୍ରମରେ  କେନ୍ଦ୍ରାପଡାର ଛତାସ୍ଥିତ ପଲିଟେକନିକ ତାଲିମ କେନ୍ଦ୍ରକୁ ଜିଲାପ୍ରଶାସନ ପକ୍ଷରୁ କୋଭିଡ ହସ୍ପିଟାଲରେ ପରିବର୍ତ୍ତନ କରାଯାଇଛି ।

ଭୁବନେଶ୍ଵରର ସମ୍ ହସ୍ପିଟାଲ ସହ ବୁଝାମଣା ପତ୍ର ସ୍ବାକ୍ଷରିତ କରି କେନ୍ଦ୍ରାପଡା ଜିଲାପ୍ରଶାସନ ଛତାସ୍ଥିତ ପଲିଟେକନିକ ତାଲିମ କେନ୍ଦ୍ରରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସମସ୍ତ ସୁବିଧା  ସୁଯୋଗ ସ୍ଥାପନ କରିଛନ୍ତି । ଏଠାରେ ୧୧୦ ଶଯ୍ୟା ସହିତ ଭେଣ୍ଟିଲେଟର,ଇସିଜି ସହ ୧୦ ଟି ଆଇସିୟୁ ୟୁନିଟର ମଧ୍ୟ ବ୍ୟବସ୍ଥା କରାଯାଇଛି ।