ରାସ୍ତାକୁ ଓହ୍ଲାଇଲେ ରାଉରକେଲା କଣ୍ଟେନମେଣ୍ଟ ଜୋନର ଅଧିବାସୀ

Spread the News

ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳରେ ପୁଲିସ ସାଧାରଣ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଆଣିବାକୁ ଛାଡୁନାହାନ୍ତି । କଣ୍ଟେନମେଣ୍ଟ ଜୋନରେ ପୁଲିସର  ଏହି ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଶତାଧିକଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

କଣ୍ଟେନମେଣ୍ଟ ନିୟମ ଭାଙ୍ଗି ପୁଲିସ ଦ୍ବାରା କରାଯାଇଥିବା ବ୍ୟାରିକେଡ ନିକଟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେl ପୁଲିସ ସହ ଯୁକ୍ତିତର୍କ କରି ବ୍ୟାରିକେଡ଼ ଭାଙ୍ଗିବାକୁ ଉଦ୍ୟତ ହେଉଥିଲାବେଳେ ପୁଲିସ ସେମାନଙ୍କୁ ଅଟକାଇ ଥିଲେ l

ସେମାନଙ୍କୁ ବୁଝାସୁଝା କରିବା ସହ ଅଧିକ ପୁଲିସ ଫୋର୍ସ ମୁତୟନ କରାଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା l