Date: May 9, 2020

Total 28 Posts

ରାମମନ୍ଦିର ନିର୍ମାଣ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ, ଯେକୌଣସି ସମୟରେ ଘୋଷଣା ହୋଇପାରେ ଭୂମି ପୂଜନ ତାରିଖ

ମହାମାରୀ କରୋନା ଭଇରସ୍‌ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମଗ୍ର ଦେଶରେ ଲାଗୁହୋଇଥିବା ଲକ୍‌ ଡାଉନ୍‌ ଏପର୍ଯ୍ୟନ୍ତ ବଳବତ୍ତର ରହିଛି । ତେବେ ତୃତୀୟ ପ୍ରର୍ଯ୍ୟାୟ ଲକ୍‌ ଡାଉନ୍‌ ଘୋଷଣା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଦେଶରେ ନିର୍ମାଣ କାର୍ଯ୍ୟଗୁଡ଼ିକ ସମ୍ପାଦନ

ପରସ୍ପର ମଧ୍ୟରେ ବିଦ୍ୱେଷ ମନୋଭାବ ସୃଷ୍ଟି କରୁଛି କରୋନା : ଗୁଟେରସ୍‌

କାୟା ମେଲାଇ ଚାଲିଛି ମହାମାରୀ କରୋନା । ଏହି ଭୟଙ୍କର ଭାଇରସ୍‌ ସବୁଆଡ଼େ ଆତଙ୍କ ଖେଳାଇଦେଇଛି । ବିଶ୍ୱର ଲକ୍ଷ ଲକ୍ଷ ନିରୀହ ଜନତା ପ୍ରତିଦିନ ଏହି ଭାଇରସ୍‌ରେ ସଂକ୍ରମିତ ହେଉଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରେ ଅନେକ ମୃତ୍ୟୁମୁଖରେ ପଡ଼ୁଛନ୍ତି

ଜିଲ୍ଲାପାଳଙ୍କ କ୍ଷମତାର ଉପଯୋଗ କଲେ ଏହି ପଞ୍ଚାୟତର ସରପଞ୍ଚ; ଜାଣନ୍ତୁ କ’ଣ କଲେ…..

ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ମାଣିତରା ପଞ୍ଚାୟତର ସରପଞ୍ଚ ଦେଖାଇଛନ୍ତି ଜିଲ୍ଲାପାଳ କ୍ଷମତା। ଏହି ପଞ୍ଚାୟତ ଅଧିନରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଥିବା ଅନ୍ତେବାସୀ ନିୟମ ନ ମାନିବାରୁ ପଞ୍ଚାୟତ ଅଞ୍ଚଳରେ ୭ଦିନ ଲାଗି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ମାଣିତରା

ଆସନ୍ତାକାଲି ଠାରୁ ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଉତ୍ତର ଖାତା ମୂଲ୍ୟାଙ୍କନ

ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଉତ୍ତର ଖାତାର ମୂଲ୍ୟାଙ୍କନ କାର୍ଯ୍ୟ ରବିବାର ଅର୍ଥାତ ଆସନ୍ତାକାଲି ଠାରୁ ଆରମ୍ଭ ହେବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି । କାଲିଠାରୁ ସିବିଏସଇର ଦେଢ ଲକ୍ଷ

ପୁରୀର କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ୫ଟି ସଚିବ ଓ ଉନ୍ନୟନ କମିଶନର

ଆଜି ପୁରୀରେ ଥିବା କୋଭିଡ ହସ୍ପିଟାଲର ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର । ତେବେ ଉଭୟ ହସ୍ପିଟାଲ ପରିଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହେଲେ ୫-ଟି ସଚିବ

ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ଗଂଜାମ ଜିଲ୍ଲାର ସମସ୍ତ ସରପଞ୍ଚମାନଙ୍କ ସହିତ କଥା ହୋଇଛନ୍ତି । ସଂଗରୋଧ କେନ୍ଦ୍ରର ପରିଚାଳନାରେ ନେତୃତ୍ୱ ନେଇ ସରପଞ୍ଚମାନଙ୍କ ସହିତ କଥା ହେବା ସମୟରେ କରୋନା ମୁକାବିଲା ପାଇଁ କ’ଣ କରାଯାଇପାରିବ

ୟୁରୋପ୍‌ରେ କରୋନା ଭାଇରସ୍‌ର ନୂଆ ହଟ୍‌ସ୍ପଟ୍‌ ପାଲଟିଲାଣି ଋଷ୍‌

ସ୍ପେନ୍‌, ଇଟାଲି, ବ୍ରିଟେନ୍‌ ଏବଂ ଫ୍ରାନ୍ସ ପରେ ସମଗ୍ର ୟୁରୋପ୍‌ରେ ଏବେ କରୋନା ଭାଇରସ୍‌ର ନୂଆ ହଟ୍‌ସ୍ପଟ୍‌ ଭାବେ ଉଭା ହୋଇଛି ଋଷ୍‌ । ଗତ କିଛିଦିନ ଧରି ଲଗାତାର୍‌ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅକଳ୍ପନୀୟ ଭାବରେ ବୃଦ୍ଧି ପାଇଚାଲିଛି

ଜଳ ଓ ଆକାଶ ପଥରେ ସ୍ୱଦେଶ ଫେରିଲେ ୨୧ଶହରୁ ଊର୍ଦ୍ଧ୍ୱ ପ୍ରବାସୀ ଭାରତୀୟ

କରୋନା ମହାମାରୀ ପାଇଁ ବିଶ୍ୱର ଅନେକ ଦେଶରେ ଲକ୍‌ ଡାଉନ୍‌ ଜାରି କରାଯାଇଛି । କେତେକ ଦେଶରେ ସ୍ୱାସ୍ଥ୍ୟଗତ ସ୍ଥିତି ମଧ୍ୟ ଅତି ଜଟିଳ ରହିଛି । ଏହିସବୁ କାରଣରୁ ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ସ୍ୱଦେଶ ପ୍ରତ୍ତ୍ୟାବର୍ତ୍ତନର ରାହା

କରୋନା ପ୍ରଭାବ : ବରିଷ୍ଠ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ଯିବାକୁ ଇଣ୍ଡିଗୋ ଦେଲା ନିର୍ଦ୍ଦେଶ

ମହାମାରୀ କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି । ଫଳରେ ଦେଶରେ ସମସ୍ତ ଘରୋଇ ତଥା ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳକୁ ସମ୍ପୂର୍ଣ୍ଣ ଭାବରେ ବାତିଲ କରାଯାଇଛି । ବିମାନ ଚଳାଚଳ ବନ୍ଦ ରହିଥିବାରୁ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିଛି

୫ଟି ଟ୍ରେନ୍‌ରେ ଓଡ଼ିଶା ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣ ହେତୁ ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଲାଗୁ କରାଯାଇଛି। ଏଭଳି ପରିସ୍ଥିତିରେ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଯାଇଥିବା ପ୍ରବାସୀ ଓଡ଼ିଆମାନେ ଏବେ ଘର ବାହୁଡା ଲାଗି ବ୍ୟାକୁଳ ହୋଇ

ପୁଣି ଗଞ୍ଜାମରୁ ୫ କରୋନା ପଜିଟିଭ୍ ଚିହ୍ନଟ

ପୁଣି ରାଜ୍ୟରେ ୫ କରୋନା ଚିହ୍ନଟ ହୋଇଛନ୍ତି । ତେବେ ସମସ୍ତେ ଗଞ୍ଜାମରୁ ବୋଲି ଜଣାପଡିଛି । ଏହାକୁ ମିଶାଇ ମୋଟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ପହଂଚିଛି । ଆଜି ଗୋଟିଏ ଦିନରେ ଗଂଜାମରୁ ୧୮ କରୋନା ରୋଗୀ