ଅଲିଭା କାଳିର ଷ୍ଟାମ୍ପ ଯୋଗୁଁ ପ୍ରବାସୀଙ୍କ ହାତରେ ହେଉଛି ସଂକ୍ରମଣ !

Spread the News

ନିଜ ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡିଆଙ୍କୁ ରାଜ୍ୟ ସରକାରଙ୍କ ତରଫରୁ କ୍ୱାରେଣ୍ଟାଇନରେ ରଖାଯିବାର ବ୍ୟବସ୍ଥା କରାଯାଇଛି । ଏହି ପ୍ରବାସୀଙ୍କୁ ସହଜରେ ଚିହ୍ନଟ୍ କରିବା ପାଇଁ ସେମାନଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପ୍‌ ମରାଯାଉଛି । କିନ୍ତୁ ଷ୍ଟାମ୍ଫ ମରାଯାଇଥିବା ସ୍ଥାନରେ ସଂକ୍ରମଣ ଯୋଗୁଁ ବିଭିନ୍ନ ପ୍ରବାସୀଙ୍କ ହାତରେ ଘା’ ସୃଷ୍ଟି ହୋଇଥିବାର ଦୁଃଖଦ ଖବର ନଜରକୁ ଆସୁଛି । ସୂଚନା ମୁତାବିକ, ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୁଃଖଦ ଘଟଣା ନଜରକୁ ଆସୁଛି । ଏହିକ୍ରମରେ ବୁର୍ଲା ମଝିପାଲିର ଜଣେ ପ୍ରବାସୀ ଓଡ଼ିଆ ମୁମ୍ବାଇରୁ ବାଇକ୍‌ରେ ଆସି ତାଙ୍କ ନାମ ପଞ୍ଜିକୃତ କରାଇଥିଲେ । ପ୍ରଶାସନ ତାଙ୍କୁ ବୁର୍ଲା ଆହାର କେନ୍ଦ୍ର ନିକଟରେ ତିଆରି କରାଯାଇଥିବା କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରଖିବାର ବ୍ୟବସ୍ଥା କରିଥିଲେ । ତେବେ ଉକ୍ତ ଯୁବକଙ୍କ ଡାହଣ ହାତରେ ମରାଯାଇଥିବା ଷ୍ଟାମ୍ପ ଯୋଗୁଁ ସଂକ୍ରମଣ ହୋଇଯାଇଛି । ଉକ୍ତ ସ୍ଥାନରୁ ଚର୍ମ ନାଲି ପଡ଼ିଯାଇ ଏକ ବଡ଼ ଘା’ ସୃଷ୍ଟି ହୋଇଛି । ଯୁବକ ଜଣଙ୍କୁ ଏବେ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଉଛି । ଷ୍ଟାମ୍ପ୍‌ ଯୋଗୁଁ ଏଭଳି ସଂକ୍ରମଣ ହେଉଥିବା ଖବର ପ୍ରଚାରିତ ହେବା ପରେ ଏହାର ତୁରନ୍ତ ପ୍ରତିକାର କରିବା ପାଇଁ ପ୍ରବାସୀ ଓଡ଼ିଆମାନେ ରାଜ୍ୟ ସରକାରଙ୍କ ପାଖରେ ଦାବି କରିଥିବା ଜଣାଯାଇଛି ।

Tags: