କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ କୋଟି ୫୧ ଲକ୍ଷ ଟଙ୍କା ଦେଲା ଶ୍ରୀମନ୍ଦିର ପ୍ରଶାସନ

Spread the News

ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ୱରେ ତାଣ୍ଡବ ରଚିତାଲିଛି । ବିଶ୍ୱତମାମ ଭୟର ବାତାବରଣ ସୃଷ୍ଟି ହୋଇଛି । ଭାରତ ସରକାର ଏହି କରୋନା ଭାଇରସ୍‌ର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯଥାସମ୍ଭବ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏଭଳି ସଙ୍କଟଜନକ ମୁହୂର୍ତ୍ତରେ ବିଭିନ୍ନ ମନ୍ଦିର ପାଣ୍ଠିରୁ ଛୁଟି ଆସୁଛି ଆର୍ଥିକ ସହାୟତା । ଏଥିରେ ସାମିଲ୍‌ ହୋଇଛି କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର । ଶ୍ରୀମନ୍ଦିର ପ୍ରଶାସନ କରୋନା ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧ କୋଟି ୫୧ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସଦ୍ୟ ଅନୁଷ୍ଠିତ ହୋଇଯାଇଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଆର୍ଥିକ ସହାୟତା ରାଜ୍ୟ ସରକାରଙ୍କୁ ପ୍ରଦାନ ନିମନ୍ତେ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା ବୋଲି ଜଣାପଡ଼ିଛି । ଏହି ଆର୍ଥିକ ସହାୟତା ଘୋଷଣା ହେଲା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏଭଳି ନିଷ୍ପତ୍ତିକୁ ସବୁ ମହଲରୁ ସ୍ୱାଗତ କରାଯାଉଛି ।