ତୁଷାରସ୍ଖଳନ : ପ୍ରାଣ ହରାଇଲେ ସେନାର ଦୁଇ ଯବାନ୍‌

Spread the News

ସିକିମ୍‌ର ଚୀନ ସୀମାନ୍ତ ଅଞ୍ଚଳରେ ତୁଷାରସ୍ଖଳନ ଯୋଗୁଁ ଭାରତୀୟ ସେନାର ଦୁଇ ଜଣ ଯବାନ୍‌ ପ୍ରାଣ ହରାଇଛନ୍ତି । ଶହୀଦ୍‌ ହୋଇଥିବା ଦୁଇଜଣ ଯବାନ୍‌ ଭାରତୀୟ ସେନାର ପାଟ୍ରୋଲିଙ୍ଗ୍ ଟିମ୍‌ର କର୍ମଚାରୀ । ଏ ସଂକ୍ରାନ୍ତରେ ସେନା ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି । ସେନା ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଦୁଇଜଣ ଶହୀଦ୍‌ ଯବାନ୍‌ଙ୍କର ନାମ ଯଥାକ୍ରମେ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ରବର୍ଟ ଟିଏ ଏବଂ ସଫେଇ କର୍ମଚାରୀ ସପଲା ଶମ୍ମୁଖ ରାଓ । ସେନା ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଉଦ୍ଧାରକାରୀ ଦଳ ସବୁପ୍ରକାର ଉଦ୍ୟମ ସତ୍ତ୍ୱେ ବରଫରେ ପୋତି ହୋଇ ଲେଫ୍ଟନାଣ୍ଟ୍ କର୍ଣ୍ଣେଲ୍ ରବର୍ଟ ଟିଏ ଏବଂ ସଫେଇ କର୍ମଚାରୀ ସପଲ ଶମ୍ମୁଖ ରାଓ ଜୀବନ ହରାଇଛନ୍ତି । ତେବେ ଟିମ୍‌ର ଅନ୍ୟ ସବୁ ସଦସ୍ୟ ନିରାପଦରେ ଅଛନ୍ତି । ପ୍ରଦତ୍ତ ସୂଚନା ମୁତାବକ, ଗୁରୁବାର ଦିନ ଉତ୍ତର ସିକିମ୍‌ର ଲୁଗନାକ ଲା ଅଞ୍ଚଳରେ ସେନାବାହିନୀର ପାଟ୍ରୋଲିଙ୍ଗ୍ ତଥା ତୁଷାର ସଫେଇ ଦଳର ୧୭ଜଣ କର୍ମଚାରୀ ତୁଷାର ସ୍ଖଳନରେ ପୋତି ହୋଇପଡ଼ିଥିଲେ । ଜଣେ ଯବାନ୍‌ଙ୍କ ଛାଡ଼ି ଆଉ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଥିବା ଯବାନ୍‌ଙ୍କ ସନ୍ଧାନ ନିମନ୍ତେ ତଲାସି ଅଭିଯାନକୁ ଯୋର୍‌ଦାର୍ କରାଯାଇଥିବା ଭାରତୀୟ ସେନା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚିତ କରିଛି ।