‘ପ୍ୟାକେଜ ଘୋଷଣା ହତାଶଜନକ ଏବଂ ଏକ ଋଣ ବିକ୍ରି ବିଜ୍ଞାପନ ସଦୃଶ’ : ନିରଞ୍ଜନ ପଟ୍ଟନାୟକ

Spread the News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚର୍ଚ୍ଚିତ ବକ୍ତବ୍ୟ ପରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରିଥିବା ପ୍ୟାକେଜ ଅତି ହତାଶଜନକ । ଏହି ପ୍ୟାକେଜ୍‌ ଘୋଷଣାକୁ ଏକ ୠଣ ବିକ୍ରି ବିଜ୍ଞାପନ ସଦୃଶ ଦେଖାଯାଇପାରେ ବୋଲି ନକରାତ୍ମକ ଢଙ୍ଗରେ ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହାଦ୍ୱାରା ମଧ୍ୟବିତ୍ତମାନେ ପାଇଁ କୌଣସି ପ୍ରକାରେ ଉପକୃତ ହେବେ ନାହିଁ । କୃଷି ପାଇଁ ଯେଉଁ ଘୋଷଣା କରାଯାଇଛି ତାହା କେବଳ ଚାଷୀମାନଙ୍କୁ ଭ୍ରମିତ କଲାଭଳି । କେବଳ ବିକଶିତ ରାଜ୍ୟ ଯଥା; ଗୁଜରାଟ ଓ ମହାରାଷ୍ଟ୍ର ଇତ୍ୟାଦି ଏହାଦ୍ୱାରା ବିଶେଷ ଉପକୃତ ହେବେ । ରାଜ୍ୟରେ ଇପିକଲ ଏବଂ ଓଏସ୍‍ଏଫସି ଭଳି ସଂସ୍ଥାଗୁଡ଼ିକ ବନ୍ଦ ହେବା ପଛର କାରଣକୁ ମୁଖ୍ୟମନ୍ତ୍ରୀଙ୍କୁ ବର୍ତ୍ତମାନ ସ୍ଥିତିରେ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । ଖାଲି ଲୋକଦେଖାଣିଆ ବିବୃତି ଦେଲେ ବେକାରୀ ସଂଖ୍ୟା ହ୍ରାସ ପାଇବ ନାହିଁ । ନବୀନ ବାବୁଙ୍କୁ ରାଜ୍ୟରେ ନିଯୁକ୍ତ ସୁଯୋଗ ସୃଷ୍ଟି ଲାଗି ଧ୍ୟାନ ଦେବାକୁ ପଡ଼ିବ । ଆମ ରାଜ୍ୟର ଅସଂଖ୍ୟ ପ୍ରବାସୀ ଓଡ଼ିଶା ବାହାରେ ଅଛନ୍ତି, ସେମାନଙ୍କ ତଥା ରାଜ୍ୟର ସାମୂହିକ ସ୍ୱାର୍ଥ ପ୍ରତି ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସ୍ୱତନ୍ତ୍ର ପ୍ୟାକେଜ ଦାବି କରନ୍ତୁ । ତାହାହେଲେ ଯାଇ ସ୍ଥିତାବସ୍ଥାରେ କିଛି ପରିବର୍ତ୍ତନ ଘଟିପାରେ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

Tags: