ରଥ ନିର୍ମାଣ : ପ୍ରଶାସନ ତରଫରୁ ସେବାୟତଙ୍କ ସ୍ୱାସ୍ଥ୍ୟ ଉପରେ ରଖାଯାଇଛି ତୀକ୍ଷ୍ଣ ନଜର

Spread the News

ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ, ରାଜ୍ୟ ସରକାରଙ୍କ ତତ୍ପରତା ଏବଂ ସେବାୟତଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ନିର୍ମାଣ ସ୍ଥଳ ଅର୍ଥାତ୍ ରଥଖଳାରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଶାସନ ବିଶେଷ ଯତ୍ନବାନ ହେଉଥିବା ଦେଖିବାକୁ ମିଳୁଛି । ସେବାୟତମାନେ ରଥଖଳାକୁ ଯିବା ପୂର୍ବରୁ ତାଙ୍କର ହାତକୁ ଭଲ ଭାବରେ ସାନିଟାଇଜର୍‌ରେ ସଫା କରିବା ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ । ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ସେବାୟତମାନେ ସେମାନଙ୍କ ହାତ ସଫା କରୁଛନ୍ତ ଏବଂ ଏହାପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛନ୍ତି । ସେହିଭଳି ସମସ୍ତ ସେବାୟତମାନଙ୍କ ନିୟମିତ ବ୍ୟବଧାନରେ ଥର୍ମାଲ୍‌ ସ୍କ୍ରିନିଂ କରାଯାଇ ସେମାନଙ୍କ ଶରୀର ତାପ ସ୍ୱାଭାବିକ ଅଛି କି ନାହିଁ ତାହା ପରୀକ୍ଷା କରାଯାଉଛି । ଏସବୁ ବ୍ୟତୀତ ରଥ ନିର୍ମାଣରେ ନିୟୋଜିତ ପ୍ରତ୍ୟେକ ସେବାୟତଙ୍କ ସ୍ୱାବ୍‌ ସଂଗ୍ରହ କରାଯାଉଛି । ସଂଗୃହିତ ସ୍ୱାବ୍‌କୁ କରୋନା ଟେଷ୍ଟ୍‌ ପାଇଁ ଭୁବନେଶ୍ୱର ପଠାଯାଉଥିବା ପ୍ରଶାସନ ସୂଚନା ଦେଇଛି । ରିପୋର୍ଟ ଅନୁସାରେ, କରୋନା ଟେଷ୍ଟ ପାଇଁ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୧୮ଜଣ ସେବାୟତଙ୍କର ସ୍ୱାବ୍‌ ସଂଗ୍ରହ କରାଯାଇସାରିଲାଣି । ଟେଷ୍ଟ୍‌ ରିପୋର୍ଟ ଆସିଲା ପରେ ସେବାୟତମାନେ ସୁସ୍ଥ ଅଛନ୍ତି କି ନାହିଁ ତାହା ଜଣାପଡ଼ିବ । ମୋଟ ଉପରେ କହିବାକୁ ଗଲେ ପ୍ରଶାସନ ରଥ ନିର୍ମାଣରେ ସଂପୃକ୍ତ ଥିବା ସମସ୍ତ ସେବାୟତଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ମି ଦୃଷ୍ଟି ରଖିଛି ପ୍ରଶାସନ ।

Tags: