latest

ବେଲଜିୟମ୍‌ ରାଜକୁମାର କରୋନା ପଜିଟିଭ୍‌ ଚିହ୍ନଟ !

Spread the News

ବେଲଜିୟମ୍‌ର ରାଜକୁମାର ଜୋଆକିମ୍‌ଙ୍କ ସ୍ୱାବ୍‌ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି । ସେ ମେ’ ୨୬ରେ ଇଟର୍ନଶିପ୍‌ ପାଇଁ ଫ୍ରାନ୍ସ୍‌ ଯାତ୍ରା କରିଥିଲେ ବୋଲି ଜଣାପଡ଼ିଛି । ଏହାର ଦୁଇଦିନ ପରେ ସେ କୋର୍‌ଡବା ସହରରେ ଏକ ପାର୍ଟିରେ ମଧ୍ୟରେ ଯୋଗଦାନ କରିଥିଲେ । ଏହାର ଦିନକ ପରେ ଜୋଆକିମ୍‌ଙ୍କଠାରେ କରୋନାର ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଯୋଗଦେଇଥିବା ପାର୍ଟିରେ ତାଙ୍କୁ ମିଶାଇ ସମୁଦାୟ ୨୭ ଜଣ ସାମିଲ୍‌ ଥିଲେ । ଲକ୍‌ ଡାଉନ୍‌ ସମୟରେ ପାର୍ଟିରେ ୧୫ ଜଣ ଯୋଗ ଦେବାର ପ୍ରଶାସନିକ ଅନୁମତି ଥିବାବେଳେ ଏହାର ଉଲ୍ଲଂଘନ କରାଯାଇଥିବା କୁହାଯାଉଛି । ସ୍ପେନ୍‌ର ପୋଲିସ ଅନୁସାରେ ଲକ୍‌ଡାଉନ୍‌ କଟକଣାର ଉଲ୍ଲଂଘନ ପାଇଁ ପାର୍ଟି ଆୟୋଜକଙ୍କ ଉପରେ ୧୦ ହଜାର ପାଉଣ୍ଡ ପର୍ଯ୍ୟନ୍ତ ଜରିମାନା କରାଯିବ ।

Tags: