latest

ଭାରତୀୟ ନୌସେନା ଆସନ୍ତା କାଲିଠାରୁ ପୁଣି ଆରମ୍ଭ କରିବ “ସମୁଦ୍ର ସେତୁ” ଅଭିଯାନ

Spread the News

କରୋନା ମହାବିପତ୍ତି ପାଇଁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଫେରାଇ ଆଣିବା ପାଇଁ ଭାରତୀୟ ନୌସେନାର ଆଗାମୀ ସମୁଦ୍ର ସେତୁ ଅଭିଯାନ ଜୁନ ପହିଲାରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନ୍‌ଏସ୍‌ ଜଳଶ୍ଵ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରୁ ତାମିଲନାଡ଼ୁର ତୁଟିକୋରିନ୍‌କୁ ୭୦୦ ପ୍ରବାସୀଙ୍କୁ ଆଣିବ । ଏହା ପରେ ମାଳଦ୍ୱୀପର ମାଲେଠାରୁ ଆଉ ୭୦୦ଭାରତୀୟଙ୍କୁ ତାମିଲ୍‌ନାଡ଼ୁକୁ ଫେରାଇ ଆଣିବ । ଏଥିନିମନ୍ତେ ଶ୍ରୀଲଙ୍କା ଓ ମାଳଦୀପରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆସିବାକୁ ଥିବା ନାଗରିକମାନଙ୍କର ତାଲିକା ପ୍ରସ୍ତୁତ କରାଯାଇସାରିଲାଣି । ଜାହାଜରେ ଆସୁଥିବା ବ୍ୟକ୍ତିମାନଙ୍କୁ ସାମାଜିକ ଦୂରତ୍ଵ ନିୟମ ମାନିବାକୁ ପଡ଼ିବ । ଏହାସହ ସେମାନଙ୍କୁ ଯାତ୍ରା ସମୟରେ ଅତ୍ୟାବଶ୍ୟକୀୟ ମୌଳିକ ସୁବିଧା ସୁଯୋଗ ଭାରତୀୟ ନୌସେନା ତରଫରୁ ଯୋଗାଇ ଦିଆଯିବ । ଶ୍ରୀଲଙ୍କା ଓ ମାଳଦ୍ୱୀପରୁ ତାମିଲ୍‌ନାଡ଼ୁକୁ ଫେରିବା ପରେ ପ୍ରବାସୀ ଭାରତୀୟମାନଙ୍କୁ ତାମିଲ୍‌ନାଡୁ ସରକାରଙ୍କ ହେପାଜତ୍‌ରେ ଛଡାଯିବ । କେନ୍ଦ୍ର ବୈଦେଶିକ ବ୍ୟାପାର, ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାଗୁଡିକର ମିଳିତ ସମନ୍ଵୟରେ ଏହି ମହତ୍ତ୍ୱକାଂକ୍ଷୀ ଉଦ୍ଧାର କାର୍ଯ୍ୟ କରାଯାଉଛି ।