ଉଗ୍ର ରୂପ ନେଲା ଘରୋଇ କଳି, ଯୁବକଙ୍କୁ ହତ୍ୟା ଅଭିଯୋଗ: ତଦନ୍ତ ଆରମ୍ଭ କଲା ସାଇଣ୍ଟିଫିକ ଟିମ

Spread the News

ସୋର, (ଶରତ ନାୟକ): ବାଲେଶ୍ଵର ଜିଲ୍ଲା ଔପଦା ଥାନା ତଳକିଆ ପଞ୍ଚାୟତ ବିରିହା ଗ୍ରାମ ର ଘରୋଇ କଳି ରୁ ଯୁବକ କୁ ହତ୍ୟା ଅଭିଯୋଗ ହେଉଛି  । ଏହି ଗ୍ରାମର ୪୨ ବର୍ଷୀୟ ମଙ୍ଗୁଳୁ ଦଳେଇ ଙ୍କ ପରିବାର ଭିତରେ କଳହ ଲାଗି ରହିଥିଲା ।  ମଙ୍ଗୁଳୁ ଙ୍କ କାର୍ଯ୍ୟ କଳାପ କୁ ତାଙ୍କ ପତ୍ନୀ ଜୟନ୍ତୀ ଦଳେଇ ଓ ପୁଅ ଝିଅ ବିରୋଧ କରି ଆସୁଥିଲେ । ଜୟନ୍ତୀ ଙ୍କ ବୟାନ ଅନୁସାରେ ତାଙ୍କ ମୃତ ସ୍ୱାମୀ ମଙ୍ଗୁଳୁ ଅଧିକାଂଶ ସମୟରେ ମଦ୍ୟ ପାନ କରି ଘରେ ସମସ୍ୟା ସୃଷ୍ଟି କରନ୍ତି ।ଗତକାଲି ରାତି ରେ ସେ ମଦ୍ୟ ପାନ କରି ଆମ ମା ପୁଅ ଝିଅ କୁ ଗାଳି ଗୁଳଜ ଓ ମାର ପିଟ କରି ଘରେ ସୋଇଲେ । ବିଳମ୍ବିତ ରାତି ରେ କିରୋସିନି ଢାଳି ହୋଇ ସେ ଆତ୍ମ ହତ୍ୟା କରିଛନ୍ତି । ତେବେ ମଙ୍ଗୁଳୁ କୁ ମା, ପୁଅ ଝିଅ ପିଟି ପିଟି ମାରି ଦେଲା ପରେ କିରୋସିନି ଢାଳି ଆତ୍ମହତ୍ୟା ରୂପ ଦେଉଛନ୍ତି ବୋଲି ଗ୍ରାମବାସୀ ଙ୍କ ତରଫରୁ ଅଭିଯୋଗ ହୋଇଛି।

ତେବେ ଘଟଣାସ୍ଥଳରେ ଆଇଆଇସି ସୁଜାତା ଖମାରୀ ଓ ASI ନଗେନ ଦାସ ସଦଳ ବଳେ ପହଁଚି ତଦନ୍ତ ଜାରି ରଖିଥିବାର ଜଣା ଜଣାଯାଇଛି ।ଗ୍ରାମବାସୀ ଙ୍କ ଅଭିଯୋଗ କୁ ଭିପ୍ତି କରି ସାଇଣ୍ଟିଫିକ ଟିମ କୁ ଖବର ଦିଆଯାଇଛି ବୋଲି ଆଇଆଇସି ସୁଜାତା ଖମାରୀ ସୂଚନା ଦେଇଛନ୍ତି |ପରେ ସାଇଣ୍ଟି ଫିକ ଟିମ ଆସି ତଦନ୍ତ ଆରମ୍ଭ କରିଛନ୍ତି |

Tags: ,