୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଏଏସଆଇ

Spread the News

 ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ଧରାପଡିଲେ ମହୁଲପାଟଣା ଏଏସଆଇ ମଳୟ ରଣା । ମହୁଲପାଟଣା ଫାଣ୍ଡି ଏଏସଆଇ ମଳୟ ରଣା ରାସ୍ତା କଡରେ ଖସିଥିବା ଚିପସ ବୋଝେଇ ଟ୍ରାକ୍ଟରକୁ ଦୁର୍ଘଟଣାଗ୍ରସ୍ତ ଦର୍ଶ।ଇ ଜୋର ଜବରଦସ୍ତ ଫାଣ୍ଡିରେ ଅଟକ ରଖିଥିଲେ । ଏ ବାବଦକୁ ୧୪ ହଜାର ଟଙ୍କା ଦେଲେ ଟ୍ରାକ୍ଟର ଛାଡିବାକୁ ଟ୍ରାକ୍ଟର ମାଲିକ ମହେଶ୍ବର ସାଗରକୁ ଧମକ ଦେଇ ଆସୁଥିଲେ। ଏନେଇ ଟ୍ରାକ୍ଟର ମାଲିକ ମହେଶ୍ବର କଳାହାଣ୍ଡି ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଶୁକ୍ରବାର ରାତିରେ ଟ୍ରାକ୍ଟର ମୁକୁଳାଇବା ବାବଦରେ ଏଏସଆଇ ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ଟିମ୍ ଟଙ୍କା ସହ ଗିରଫ କରିଛି । ଗତ ୬ ତାରିଖରେ ଥୁଆମୂଳ-ରାମପୁର ଥାନା ଏଏସଆଇ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫର ୧୪ ଦିନ ପରେ ମହୁଲପାଟଣା ଫାଣ୍ଡି ଏଏସଆଇଙ୍କ ଗିରଫଦାରୀ ପୋଲିସର ଭାବମୂର୍ତ୍ତି ଉପରେ ଲୋକଙ୍କ ବିଶ୍ବାସ ତୁଟାଉଛି ।

Tags: