ରାତିରେ ରାଗ ଥିଲା ସକାଳୁ ସ୍ତ୍ରୀକୁ ହାଣିଲା ସ୍ୱାମୀ

Spread the News

ରାୟଗଡା ଜିଲ୍ଲା ଗୁଣୁପୁର ଥାନା  ରାଇଗୁଡା ଗ୍ରାମରେ  ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହତ୍ୟା କରିଛି ସ୍ଵାମୀ । ମୃତା ମହିଳା ହେଲେ କୁମାରୀ ସବର।

ସୂଚନା ଅନୁଯାୟୀ,  ଗତକାଲି ମୃତା କୁମାରୀ ଶବର ଓ ସ୍ଵାମୀ ଚନ୍ଦ୍ର ଶବର ମଧ୍ୟରେ କୌଣସି ଏକ କାରଣରୁ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରାତିରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କିନ୍ତୁ ସ୍ବାମୀ ଚନ୍ଦ୍ର ରାତିର ରାଗ ସୁଝାଇବା ଲାଗି ପୁଣି ଆଜି ସକାଳେ ସେହି ପୁରୁଣା କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ଵାମୀ ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ସ୍ତ୍ରୀ କୁମାରୀ ଶବର ଟଳି ପଡିଥିଲେ । ହତ୍ୟା କରିବା ପରେ ସ୍ଵାମୀ ଫେରାର ହୋଇଥିଲା। ଏକ ବିଶେଷ ସୂତ୍ରରୁ ଖବର ପୋଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଜବତ କରିଛି। ଆଜି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି।

Tags: