ପାନେସରଙ୍କ ପରେ ଇଂଲଣ୍ଡ କ୍ରିକେଟ୍‌ ଦଳରେ ସାମିଲ ହେଲେ ଆଉ ଜଣେ ଶିଖ୍‌ ଖେଳାଳି

Spread the News

ମଣ୍ଟି ପାନେସରଙ୍କ ପରେ ଇଂଲଣ୍ଡ କ୍ରିକେଟ୍‌ ଦଳରେ ଖେଳିବାକୁ ପ୍ରସ୍ତୁତ ହେଲେଣି ଆଉ ଜଣେ ଶିଖ୍‌ ଖେଳାଳି । ଏହି ଖେଳାଳି ଜଣକ ହେଉଛନ୍ତି ଅମର ଭିରଦି । ସରେ ପକ୍ଷରୁ କାଉଣ୍ଟି କ୍ରିକେଟ ଖେଳୁଥିବା ଏହି ୨୧ ବର୍ଷୀୟ ଅଫ ସ୍ପିନର ଆଗାମୀ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ସିରିଜ ପାଇଁ ୩୦ ଜଣିଆ ଇଂଲଣ୍ଡ ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି । ଶିଖ ସମ୍ପ୍ରଦାୟର ଏହି ୨୧ ବର୍ଷିୟ ସ୍ପିନର୍‌ ଜଣଙ୍କ ପାନେସର ଏବଂ ଗ୍ରେମ ସ୍ୱାନଙ୍କୁ ଦେଖି ବହୁତ କିଛି ଶିଖିଛନ୍ତି ବୋଲି ଜଣାଇଛନ୍ତି । ନିଜର କୋଚ୍‌ ପାକିସ୍ତାନୀ ସ୍ପିନର ସକଲେନ ମୁସ୍ତାକଙ୍କ ଠାରୁ ଦୁସରା ଏବଂ ଅନ୍ୟ ବୋଲିଙ୍ଗ ଟେକନିକ ଶିଖିଥିବା କଥା ମଧ୍ୟ ଅମର କହିଛନ୍ତି ।

Tags: