ବିଶ୍ୱର ଏକ ନମ୍ୱର ଟେନିସ୍‌ ଖେଳାଳି ନୋଭାକ୍ ଜୋକୋଭିଚଙ୍କ କୋଚ ହେଲେ କରୋନା ସଂକ୍ରମିତ

Spread the News

ବିଶ୍ୱର ଏକ ନମ୍ୱର ଟେନିସ୍ ଖେଳାଳି ନୋଭାକ୍ ଜୋକୋଭିଚଙ୍କ ପରେ ତାଙ୍କ କୋଚ୍ ଗୋରାନ୍ ଇଭାନିସେବିଚଙ୍କୁ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ଗୋରାନ୍‌ଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଲା ପରେ ସେ ବର୍ତ୍ତମାନ ହୋମ୍ ଆଇସୋଲେସନରେ ଅଛନ୍ତି । ଏ ନେଇ ଗୋରାନ୍ କହିଛନ୍ତି, ଜୋକୋଭିଚଙ୍କ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟରେ ସେ ଭାଗ ନେଇଥିଲେ । ତାପରେ ସେ କୋଭିଡ୍ ଟେଷ୍ଟ କରାଇଥିଲେ, ଯାହାର ରିପୋର୍ଟ ପଜିଟିଭ ବାହାରିଛି । ନିଜ ଇନଷ୍ଟାଗ୍ରାମରେ ଇଭାନିସେବିଚ୍ ଲେଖିଛନ୍ତି, ‘ଦୁର୍ଭାଗ୍ୟବଶତଃ … ମୋତେ ଜଣା ପଡ଼ିଲା ଯେ ମୋର କୋଭିଡ-୧୯ ଟେଷ୍ଟ ପଜିଟିଭ୍ ଆସିଛି, ଯଦିଓ ମୁଁ ସୁସ୍ଥ ଅଛି ଓ ସେମିତି କିଛି ଲକ୍ଷଣ ମୋ ପାଖରେ ନାହିଁ ’ ।

Tags: