ଲଦାଖ ଘଟଣା ପାଇଁ ସରକାର ଦାୟୀ ନୁହଁନ୍ତି : ପାଓ୍ୱାର

Spread the News

ଲଦାଖର ଗଲଓ୍ୱାନ୍‌ ଉପତ୍ୟକାରେ ଭାରତ-ଚାଇନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ କଂଗ୍ରେସ ଓ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଛି । ଏଭଳି ସ୍ଥିତିରେ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାର ଦେଶର ସୁରକ୍ଷା ସମ୍ୱନ୍ଧିତ ମାମଲାରେ ଅଯଥା ରାଜନୀତି କରାଯିବା ଉଚିତ ନୁହେଁ ବୋଲି ପ୍ରକାଶ କରିଛନ୍ତି । ସେ କହିଛନ୍ତି ୧୯୬୨ ଯୁଦ୍ଧ ପରେ ଚାଇନା ଭାରତୀୟ ଭୂଖଣ୍ଡର ୪୫ ହଜାର ସ୍କୋୟାର କି.ମି. ମାଡ଼ିବସିଥିବା କଥାକୁ କେହି ଭୁଲିଯିବା ବୋକାମୀ ହେବ । ଗଲଓ୍ୱାନ ଉପତ୍ୟକାରେ ଦେଖାଦେଇଥିବା ଘଟଣାକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିଫଳତା ବୋଲି କହିବା ଆଦୌ ଠିକ୍‌ ନୁହେଁ । କାରଣ ଭାରତୀୟ ସେନା ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ସୀମାରେ ପାଟ୍ରୋଲିଂ କରୁଛନ୍ତି ଏବଂ ଚୀନ୍‌ର ପ୍ରତିଟି ଗତିବିଧିକୁ ନଜର ରଖିଛନ୍ତି । ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଯୋଗାଯୋଗ ଲାଗି ଭାରତ ଗଲଓ୍ୱାନରେ ନିର୍ମାଣ କରିଥିବା ରାସ୍ତାକୁ ଚାଇନା ଜବରଦଖଲ କରିବାକୁ ଚେଷ୍ଟା କରୁଥିବା ବେଳେ ଆମ ଯବାନ ସେମାନଙ୍କୁ ଧକ୍କାମାରି ପଛକୁ ପେଲି ଦେଇଥିଲେ । ଏହାକୁ ବିଫଳତା କହିବା ଠିକ୍‌ ନୁହେଁ ବୋଲି ଶରଦ ମତ ଦେଇଛନ୍ତି ।

Tags: